ପିୟୁସିସି ପ୍ରସଙ୍ଗ : ହାଇକୋର୍ଟଙ୍କ ନୋଟିସ୍
କଟକ : ପିୟୁସିସି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏନେଇ ପରିବହନ ସଚିବ ଏବଂ ଏସଟିଏକୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଏମଭି ଆଇନ ଉଲ୍ଲଂଘନ ଅଭିଯୋଗରେ ଦାୟର ମାମଲାରେ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Samir Kumar Rout