କଟକରେ ପରାକ୍ରମ ଶୋଭାଯାତ୍ରା

 କଟକ: ଅପରେସନ ‘ସିନ୍ଦୂର’ର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି କଟକ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ପତାକା ଦେଖାଇ ବାଇକ ରାଲିର ଉଦ୍ଘାଟନ କରିଥିଲେ । ଭାରତୀୟ ସେନାର ଅଦ୍ୟମ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ, ପୁଲିସ ବାହିନୀ, ଏନସିସି କ୍ୟାଡେଟ, ମହିଳା, ଛାତ୍ରଛାତ୍ରୀ, କ୍ରୀଡ଼ାବିତ ଓ ବୁଦ୍ଧିଜୀବି ସାମିଲ ହୋଇଥିଲେ । ଜାମ୍ମୁ କାଶ୍ମୀରର ପହେଲଗାମଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତି ବଦଳରେ ଅପରେସନ ‘ସିନ୍ଦୂର’ର ସଫଳତା, ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜାଗ୍ରତ ପ୍ରହରୀଙ୍କୁ ସମ୍ମାନ ଜଣାଇ ସ୍ଥାନୀୟ ନେତାଜୀ ସ୍ମାରକୀ ଠାରୁ ଆରମ୍ଭ ହୋଇଥିବା ପରାକ୍ରମ ରାଲି ସହର ପରିକ୍ରମା କରି ସ୍ୱରାଜ ଆଶ୍ରମ ଠାରେ ପହଞ୍ଚିଥିଲା । 
ଏହି ଅବସରରେ ମେୟର ସୁବାସ ସିଂହ, କେନ୍ଦ୍ରାଞ୍ଚଳ ରାଜ୍ୱସ ଆୟୁକ୍ତ ବି ପରମେଶ୍ୱରମ୍, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ, ଡିସିପି ରିଶିକେଶ ଖିଲାରୀ, ସିଏମସି କମିଶନର ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ ଜନସାଧାରଣ ଉସôାହିତ ହୋଇ ହାତର ତି୍ରରଙ୍ଗା ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ଶୋଭାଯାତ୍ରା ପୂର୍ବରୁ ରାଜ୍ୟପାଳ ନେତାଜୀ ସଂଗ୍ରହାଳୟଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ବୁଲି ଦେଖିଥିଲେ ।