ପୀଡିତାଙ୍କୁ ଧମକ : ଏସପିଙ୍କ ଅଫିସ ଆଗରେ ଦେବେ ଧାରଣା

 ଚାନ୍ଦବାଲି: ବାଂଶଡା ଥାନା ଅଧିନସ୍ଥ ଚରଦିଆ ପଞ୍ଚାୟତରେ ଗତ ୨୩ ତାରିଖରେ ଏକ ମହିଳାଙ୍କ ଉପରେ ବଳାକ୍ରାର ହୋଇଥିବା ନେଇ ବାଂଶଡା ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କରିବାର ୪୮ ଘଣ୍ଟା ସମୟ ଅତିକ୍ରାନ୍ତ ହେବା ପରେ ବାଂଶଡା ପୁଲିସ କେବଳ ନୀରବଦ୍ରଷ୍ଟା ସାଜିଛି । ଆଜି ସଂପୃକ୍ତ ଅଭିଯୋଗ କାରୀଙ୍କ ପକ୍ଷରୁ ସ୍ଥାନୀୟ ଅଧିବାସୀ ଯାଇ ବାଂଶଡା ଥାନାଧିକାରୀଙ୍କୁ ଭେଟିଥିଲେ ମଧ୍ୟ ବାଂଶଡା ଥାନାଧିକାରୀ ଅପେକ୍ଷା କରନ୍ତୁ ତଦନ୍ତ ଚାଲିଛି ବୋଲି କହିଥିଲେ । ଫଳରେ ସଂପୃକ୍ତ ବ୍ୟକ୍ତି ବିଶେଷ ମାନେ କୌଣସି ଉପାୟ ନ ପାଇ ଫେରି ଆସିଥିଲେ । ଅନ୍ୟପକ୍ଷରେ ସଂପୃକ୍ତ ମହିଳା ଏବଂ ତାଙ୍କ ସ୍ୱାମୀ ଜଣକ ଆଜି ଭଳି ଦିନରେ ପଦାକୁ ଗୋଡ ବାହାର କରି ପାରୁ ନାହାନ୍ତି । ଏହାର ଏକମାତ୍ର କାରଣ ସଂପୃକ୍ତ ବ୍ୟକ୍ତି ବିଶେଷ ପୀଡିତା ମହିଳାଙ୍କ ପରିବାରକୁ  ଜୀବନରୁ ମାରି ଦେବାକୁ  ଧମକ ଦେଉଥିବାରୁ ମହିଳାଙ୍କ ପରିବାର ନିଜ ଜୀବନକୁ ସୁରକ୍ଷା ମଣୁ ନାହାନ୍ତି । ସଂପୃକ୍ତ ପୀଡିତା ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଂପୃକ୍ତ ଯୁବକ ଯାଇ ପୀଡିତାଙ୍କ ପରିବାର ନାମରେ ବାଂଶଡା ଥାନାରେ ୨ଟି ଲିଖିତ ଅଭିଯୋଗ କରିଛନ୍ତି । 
ଫଳରେ ସଂପୃକ୍ତ ଯୁବକ ଆଇନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା, ଆଇନକୁ ହାତକୁ ନେବା ସହ ନିଜକୁ ପୁଲିସ  ଗିରଫରୁ ବର୍ତ୍ତିବାକୁ ଚାହୁଁଛନ୍ତି । ଏହାକୁ ବିରୋଧ କରି ଆଜି ଚରଦିଆ ପଂଚାୟତରୁ ଗାନ୍ଧିନାଥ ମଣ୍ଡଳ, ପଞ୍ଚାନନ ପଟନାୟକ, ସୂର୍ଯ୍ୟମଣୀ ବେହେରା, ପରିତୋଷ ଜେନ, ଜଗବନ୍ଧୁ ନାୟକ, ସନ୍ତୋଷ ମହାଳିକ ପ୍ରମୁଖ ଯାଇ ବାଂଶଡା ଥାନାଧିକାରୀଙ୍କୁ ଭେଟିଥିଲେ । ତୁରନ୍ତ ଦୋଷୀକୁ ଗିରଫ କର ନ ଗଲେ ପୀଡିତାଙ୍କ  ପରିବାର ଏବଂ ଚରଦିଆ ପଞ୍ଚାୟତବାସୀ ଯାଇ ଭଦ୍ରକ ଏସପିଙ୍କୁ ଭେଟିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ପୁଲିସ ପ୍ରଶାସନ  ସଂପୃକ୍ତ ଯୁବକ ପାଖରୁ ୨ଟି ଲିଖିତ ଅଭିଯୋଗ ପାଇବା ପରେ ସଂପୃକ୍ତ ଯୁବକ ଜଣକ ଖୁଲମ ଖୁଲା ବୁଲିବା ସହ ସଂପୃକ୍ତ ପୀଡିତାଙ୍କ ଏବଂ ତାଙ୍କ ପରିବାରକୁ ଧମକ ଦେଇ ଚାଲିଛନ୍ତି ମାତ୍ର ପୁଲିସର ପାରିବା ପଣିଆ ନେଇ ସନେ୍ଦହ ହେବା ସହ ଆଗାମୀ ଦିନରେ ଏ ନେଇ ରାସ୍ତାରୋକ ସହ କେଉଁ ମୁହୁର୍ତ୍ତରେ କିଛି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଚରଦିଆ ପଞ୍ଚାୟତରୁ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପୁଲିସ ପ୍ରଶାସନ କେବଳ ତଦନ୍ତ ଚାଲିଛି  ବୋଲି କହୁଥିବା ବେଳେ କେବେ ସଂପୃକ୍ତ ଦୋଷୀଙ୍କ ଗିରଫ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।