ଜାତୀୟ ରାଜପଥରୁ  ଗୋମାଂସ ଜବତ, ୪ ଅଟକ

 ଭଦ୍ରକ : ଭଦ୍ରକର ବହୁ ଦରଡ଼ା ନୂଆ ପେଟ୍ରୋଲ ପମ୍ପ ପାଖ ବାରୀକପୁର ଜାତୀୟ ରାଜପଥରେ ଏକ ମିନିଟ୍ରକରୁ ଗୋମାଂସ ଜବତ ହୋଇଥିବା ବେଳେ ଉତ୍ତେଜନା ଦେଖା ଦେଇଥିଲା  । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି ସଂଖ୍ୟାଲଘୁ ସପ୍ରଦାୟର ଟ୍ରକ ଚାଳକଙ୍କ ସହିତ ମୋଟ ଚାରିଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି  । ମିନି ଟ୍ରକ ଓ ଗୋମାନ୍ସ ଜବଦ କରିଛି  । ଟ୍ରକ ଅଟକିବା ପରେ ବହୁ ଲୋକ ଜମା ହୋଇଥିଲେ  । ଜରି ଖୋଲିବା ପରେ ଏହି ଗୋମାଂସ ଦେଖି ସମସ୍ତେ ଉତ୍ତେଜିତ ହୋଇ ପଡ଼ିଥିଲେ  । ପୁଲିସ ପହଁଞ୍ଚି ଗାଡ଼ି ରେ ଥିବା ଚାରି ଜଣଙ୍କୁ ହେପାଜତକୁ ନେଇ ଯାଇଥିଲେ  । ତେବେ ଘଟଣାକୁ ନେଇ ଭଦ୍ରକ ବାସୀ ଘୋର ନିନ୍ଦା କରିଛନ୍ତ  । ଭଦ୍ରକରେ ଏଭଳି ଗୋ ଚାଲାଣ ଠାରୁ ଗୋମାଂସ ଧରାଯିବା ଘଟଣା ନେଇ ଲୋକେ ଏହାକୁ ବନ୍ଦ କରିବାକୁ ସରକାରଙ୍କ ଉପରେ ଦାବୀ କରିଛନ୍ତି  ।