ବିକଶିତ ଭାରତ ଯୁବସଂସଦ କାର୍ଯ୍ୟକ୍ରମ : ରାଜ୍ୟସ୍ତରକୁ ଅଭିଷେକ ମନୋନୀତ

ବଡ଼ସାହି:  ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରାଳୟ ଓ ନେହେରୁ ଯୁବକେନ୍ଦ୍ର ସହଯୋଗରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ଏନ୍ଏସ୍ଏସ୍ ବୁ୍ୟରୋ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ସହିତ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ରାଜ୍ୟସ୍ତରକୁ ୧୦ଜଣଙ୍କୁ ମନୋନୀତ କରାଯାଇଛି । ଉକ୍ତ ୧୦ ଜଣଙ୍କ ମଧ୍ୟରେ ବଡ଼ସାହି ବ୍ଲକ୍ କୋଚିଳାଖୁଣ୍ଟା ପଞ୍ଚାୟତ ପାଇକପଡ଼ା ଗ୍ରାମର ପ୍ରଶାନ୍ତ ମହାନ୍ତିଙ୍କ ପୁଅ ଅଭିଷେକ ମହାନ୍ତି ଅନ୍ୟତମ । ତାଙ୍କୁ ବଡ଼ସାହି ବ୍ଲକର ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଉଥିବା ଦେଖାଯାଉଛି ।