ପୀତବାସ ପଣ୍ଡା ହତ୍ୟା ମାମଲା : ଉମା ଓ କୁରୁପତି ଗିରଫ 

ପୀତବାସ ପଣ୍ଡା ହତ୍ୟା ମାମଲା : ଉମା ଓ କୁରୁପତି ଗିରଫ 

ବ୍ରହ୍ମପୁର : ବହୁ ଚର୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସକୁ ବଡ଼ ସଫଳତା । ପୋଲିସ ପଞ୍ଝାରେ ଦୁଇ ୨ ଫେରାର୍‌ ଅଭିଯୁକ୍ତ । ପୀତବାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁକୁ ଧରିଛି ପୁଲିସ । ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ଉଭୟଙ୍କୁ ଅଜ୍ଞାତ ଯାଗାରେ ରଖି ଜେରା କରୁଛି ପୁଲିସ । ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । 

     ସୂଚନା ମୁତାବକ, ଗତ ମାସ ୬ ତାରିଖରେ ଘରକୁ ଫେରୁ ଥିବା ସମୟରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରି ଜେଲକୁ ପଟାଇଛି । ଏହି ମାମଲାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ କୁରୁପତି ଭୂୟାଁ ଫେରାର ଥିଲେ । ଗତ ୨୨ ତାରିଖରେ ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସହ ୧୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରାଯାଇଥିଲା ।