ପୁଲିସ ପକ୍ଷରୁ ଜନସମ୍ପର୍କ ସଭା

 ବାରଙ୍ଗ:  ବାଆଁରା ଭଗିପୁର ସ୍ଥିତ ବାବା ଧୂଳିଆଷଣ୍ଢ ପୀଠରେ ବାଙ୍କୀ ଥାନା ପକ୍ଷରୁ ଏକ ଜନ ସମ୍ପର୍କ ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ଶବ ଡିଭିଜନାଲ ପୋଲିସ ଅଧିକାରୀ ବାଳକୃଷ୍ଣ କହଁର, ଥାନାଧିକାରୀ ଦିଲ୍ଲୀପ କୁମାର ମର୍ଦ୍ଧରାଜ ଭୂୟାଁ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସାଇବର କ୍ରାଇମ, କ୍ରିମିନାଲ ଲ, ବାଲ୍ୟବିବାହ ସମ୍ପର୍କରେ ସଚେତନ କରାଇଥିଲେ, ଗୋଲଖ ବିହାରୀ ପାତ୍ର, ପ୍ରକାଶ ଚନ୍ଦ୍ର ସାହୁ, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ, ଧର୍ଯ୍ୟଧର ରାଉତ ବକ୍ତବ୍ୟ ପ୍ରଦାନ କରି ପୁଲିସ ଓ ଜନସାଧାରଣଙ୍କର ସମନ୍ୱୟରେ ଅପରାଧ କାର୍ଯ୍ୟକୁ ରୋକାଯାଇପାରିବ ବୋଲି କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଅକ୍ଷୟ ରାଉତ ବ୍ରଜ କିଶୋର ପ୍ରଧାନ, ସମୀର ପ୍ରଧାନ ଶୁକଦେବ ରାଉତ, ସରପଞ୍ଚ ପ୍ରତିନିଧି ମନୋଜ ସାହୁ, ସମିତି ସଭ୍ୟ ପ୍ରତିନିଧି ବୁଦେ୍ଧଶ୍ୱର ନାୟକ ପୁରନ୍ଦର ସାହୁ, ଅକ୍ଷୟ କୁମାର ସାହୁ, ଡମ୍ବରୁ ଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ, କଇଁମୁଣ୍ଡୀ ଫାଣ୍ଡି ଅଧିକାରୀ  ପ୍ରଦୀପ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଭୂଷଣ ସ୍ୱାଇଁ, ସାରଙ୍ଗଧର ରାଉତ ଅରବିନ୍ଦ ରାଉତ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା