ପୁସ୍ତକ ‘ସ୍ମୃତିରେ କଳ୍ପନା’ ଲୋକାର୍ପିତ
ତାଳଚେର : ତାଳଚେରର ବିଶିଷ୍ଟ ଶ୍ରମିକ ନେତା ତଥା ଆଇଏନଟିୟୁସିର ସାଧାରଣ ସଂପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନଙ୍କ ଧର୍ମପନôୀ କଳ୍ପନା ପ୍ରଧାନଙ୍କ ଜୀବନୀକୁ ନେଇ ରଚିତ ପୁସ୍ତକ ‘ସ୍ମୃତିରେ କଳ୍ପନା’ ଲୋକାର୍ପିତ ହୋଇଯାଇଛି । ଶ୍ରୀମତୀ ପ୍ରଧାନଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ବଡ଼ତ୍ରିବିଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଶିକ୍ଷାବିତ୍ ତଥା’ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସଂପାଦକ ଜଗନ୍ ମୋହନ ଗଡ଼ନାୟକ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଡ. ଧରଣୀଧର ନାଥ, ସ୍ୱପ୍ନର ଭାସ୍ୱତୀ ଶ୍ୱେତପଦ୍ମା ପତ୍ରିକାର ସଂପାଦିକା ଅନୀତା ପାଣି, ବରିଷ୍ଠ କଂଗ୍ରେସ ନେତ୍ରୀ ଇଂ.ସସ୍ମିତା ବେହେରା, ପବିତ୍ର ପଥ ପତ୍ରିକାର ସଂପାଦକ ସଦାନନ୍ଦ ପ୍ରଧାନ, ବରିଷ୍ଠ ଶିକ୍ଷାବିତ୍ ଦୈତ୍ୟାରୀ ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦୁଃଖବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ଡ.ପ୍ରଶାନ୍ତ କୁମାର ରଥ, ସୁକାନ୍ତ ଚନ୍ଦ୍ର ପ୍ରଧାନ ଓ ବିଭୂତି ଭୂଷଣ ସ୍ୱାଇଁଙ୍କ ସଂପାଦନାରେ ପ୍ରକାଶ ପାଇଥିବା ଏହି ସଂକଳନରେ ସ୍ୱର୍ଗତା କଳ୍ପନା ପ୍ରଧାନଙ୍କ ସ୍ମୃତି ବିଜଡ଼ିତ ଅନେକ ଅଜଣା ତଥ୍ୟ ସ୍ଥାନ ପାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ମରଣିକାର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ପୁସ୍ତକ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ସୁପୁତ୍ର ଅମ୍ଲାନ ଅରୂପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।