ହାତୀ ଉପଦ୍ରବ ନିରୋଧି ସଚେତନତା 

 କେନ୍ଦୁଝର:  ହାତୀ ଉପଦ୍ରବ ନିରୋଧି ସଚେତନତା କାର୍ଯ୍ୟକ୍ରମ ଏବଂ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥ ଶ୍ରମ, ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସମ୍ମାନୀତଅତିଥି ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ରାଉରକେଲା ଆର୍ସିସିଏଫ୍ ପି. ରାମଶ୍ୟାମୀ, କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ଡି, ଆଇଏଫ୍ଏସ୍ ପ୍ରୋବେସନର ନାଗରାଜୁ କାଣ୍ଡେଲା, କେନ୍ଦୁଲିଫ୍ ଡିଏଫ୍ଓ ନିତ୍ୟାନନ୍ଦ ନାୟକ, ବାଂଶପାଳ ବିଡିଓ ବିକାରାଣୀ କିସ୍ପଟା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୂର୍ଯ୍ୟ ନାରାୟଣ ମାଳି, ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ବାରିକ, ଶାନ୍ତିଲତା ରଣା, ବାଂଶପାଳ ବ୍ଲକ ଚେୟାରମ୍ୟାନ୍ ମାନସ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ହାତୀଙ୍କ ଠାରୁ ଲୋକମାନେ ତାଙ୍କର ସୁରକ୍ଷା ପାଇବା ପାଇଁ ଏବଂ ଶସ୍ୟର ସୁରକ୍ଷା ପାଇଁ ୪୫୦ଗୋଟି ଗ୍ରେନବିନ,୨୦୦ ଟି ଟର୍ଚ୍ଚ ଲାଇଟ୍,୬୦ଟି ସୋଲାର ଲାଇଟ,୧ଗୋଟି ଥେସର ମେସିନ ପ୍ରଦାନ କରିଥିଲେ । ଏସ୍ଏଚ୍ଜି ମାନଙ୍କର ଆର୍ଥିକ ଉନ୍ନତି ପାଇଁ ସିଲେଇ ମେସିନ, ଡମ୍ପିଂ କମ୍ପୋଷ୍ଟ କରି ନିଜର ଆର୍ଥିକ ଉନ୍ନତି କରିବା ପାଇଁ ରାଇଗୋଡା ଏସ୍ଏସ୍ଜି ୨ଲକ୍ଷ, ନୀତିଗୋଠ ଏସ୍ଏସ୍ଜିକୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସଭାରେ ମନ୍ତ୍ରୀ ଗଣେଷ ରାମ ସିଂ ସହ ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷୟକ୍ଷତି ଜନିତ ଅନୁକମ୍ପା ରାଶି, ଶ୍ରମକାର୍ଡ ବିଷୟରେ ଆଲୋଚନା କରିଥିଲେ । ଆଇଏଫ୍ଏସ୍ ନାଗରାଜୁ କାଣ୍ଡେଲା ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଭୂୟାଁ ଜୁଆଙ୍ଗ ପୀଢ ବନାଚଂଳ ଅଧିକାରୀ ନୟନକାନ୍ତ ସାହୁ, ଶୁଆକାଟୀ ବନପାଳ ଜ୍ୟୋର୍ତିମୟୀ ପଟ୍ଟନାୟକ, କାଞ୍ଜିପାଣି ବନପାଳ ସାବିତ୍ରୀ ସାହୁ, ବନପାଳ ମଧୁସ୍ମିତା ଦୋରା, ବନପାଳ ସରଣ ବାରିକ ଓ ସମସ୍ତ ବନରକ୍ଷୀ ପରିଚାଳନା କରିଥିଲେ ।