ସମ୍ପର୍କ ସେତୁ ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରାଯିବ: ସାଂସଦ
କେନ୍ଦୁଝର : କେନ୍ଦୁଝର ସମ୍ପର୍କ ସେତୁ ଆପ ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ସାଂସଦ ଅନନ୍ତ ନାୟକ ତାଙ୍କ ପ୍ରତିନିଧି ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଶନିବାର କେନ୍ଦୁଝର ଡିଆରଡିଏ ସଭା ଗୃହରେ ସାଂସଦ ଅନନ୍ତ ନାୟକଙ୍କ ସଭାପତିତ୍ୱରେ ସମସ୍ତ ବିଭାଗର ସାଂସଦଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାର ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ତାର ତ୍ୱରିତ ସମାଧାନ ପାଇଁ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି "ସମ୍ପର୍କ ସେତୁ’ ଆପ ସାଧାରଣ ଜନତାଙ୍କ ଅସୁବିଧାର ସମାଧାନ ଦିଗରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସାଂସଦ ଶ୍ରୀ ନାୟକ କହିଛନ୍ତି । ଏହି ବିଶେଷ ବୈଠକରେ ବିଜେପି ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, ଜ୍ଞାନରଞ୍ଜନ ସାମନ୍ତସିଂହାର, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ହରିହର ମହାନ୍ତ, ବରଦା ସାହୁ, କିରଣବାଳା ନାୟକ ପ୍ରମୁଖ ତଥା ଅନ୍ୟମାନେ ଉପସ୍ଥିତ ଥିଲେ ।