ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ
ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଅତ୍ୟନ୍ତ ଉସôାହ ଏବଂ ଅଂଶଗ୍ରହଣ ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟକ ରେଳ କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଏହି ଅଧିବେଶନ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ୱକୁ ପ୍ରୋସôାହିତ କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ, ଏକାଗ୍ରତା ଏବଂ କର୍ମକ୍ଷେତ୍ରର ମଙ୍ଗଳ ପାଇଁ ରେଳ କର୍ମଚାରୀମାନଙ୍କୁ ସେମାନଙ୍କର ଦିନଚର୍ଯ୍ୟାରେ ଏହାର ଅଭ୍ୟାସକୁ ସାମିଲ କରିବାକୁ ଉସôାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସମାବେଶକୁ ସମ୍ବୋଧିତ କରି ଫୁଙ୍କୱାଲ ଯୋଗର ଉପକାରିତା ସମ୍ବନ୍ଧରେ ଆଲୋକପାତ କରି କହିଛନ୍ତି ମାନସିକ ସ୍ପଷ୍ଟତା ବୃଦ୍ଧି, ଚାପ ହ୍ରାସ ଏବଂ ଶାରୀରିକ ସୁସ୍ଥତାରେ ଉନ୍ନତି ଆଣିବାରେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ ଆନ୍ତରିକ ଶାନ୍ତି ଆଣିଥାଏ ଏବଂ ଧ୍ୟାନକୁ ଉନ୍ନତ କରିଥାଏ, ଯାହା ଫଳସ୍ୱରୂପ କାର୍ଯ୍ୟକ୍ଷେତ୍ରରେ ଉତ୍ପାଦକତା ଏବଂ ମଙ୍ଗଳକୁ ସମର୍ଥନ କରେ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରେଳ କର୍ମଚାରୀ ମାନଙ୍କ ଦୌନନ୍ଦିନ ଯୋଗ ଅଭ୍ୟାସ ପୂର୍ବତଟ ରେଳପଥର ଏକ ସୁସ୍ଥ ଏବଂ ଉତ୍ପାଦନକ୍ଷମ ସାଂଗଠନିକ ସଂସ୍କୃତିର ଅଂଶ ଭାବରେ ଏହାର କର୍ମଚାରୀଙ୍କ ମଧ୍ୟରେ ସୁସ୍ଥତା ଏବଂ ସଚେତନତାକୁ ପ୍ରୋସôାହିତ କରିବା ପାଇଁ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଅଛି ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
