ଟାଟା ଷ୍ଟିଲ ପକ୍ଷରୁ ଯୋଗ ଦିବସ
ଯୋଡା : ଟାଟା ଷ୍ଟିଲ୍ ଯୋଡା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ ଅତ୍ୟନ୍ତ ଉସôାହର ପାଳିତ ହୋଇଥିବା ବେଳେ, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଯୋଗାଭ୍ୟାସର ଉପକାରିତା ପହଞ୍ଚଓଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ଏହାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟ୍ରୋଲର ଅଫ୍ ମାଇନ୍ସ, (ଇଷ୍ଟ ଜୋନ୍) ପୁଖରାଜ ନେନିୱାଲ୍, ଇଣ୍ଡିଆନ ବୁ୍ୟରୋ ଅଫ ମାଇନ୍ସ, ଭାରତ ସରକାର ଟାଟା ଷ୍ଟିଲର କର୍ମଚାରୀ ଏବଂ ଅଫିସର ମାନଙ୍କ ସହ ଯୋଗାଭ୍ୟାସ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ମହା ପ୍ରବନ୍ଧକ (ଓଏମ୍କୁ୍ୟ) ଅତୁଲ କୁମାର ଭଟ୍ଟନାଗର, ଚିଫ ଯୋଡା, ରାଜେଶ କୁମାର, ଖଣ୍ଡବନ୍ଧ ଚିଫ ଜି ଭି ସତ୍ୟ ନାରାୟଣ, କଳମଙ୍ଗ ଏବଂ ଗନ୍ଧଲପଦା ଚିଫ ଦୀପକ ବେହେରା, ନୀଳାଚଳ ଖଣି ଚିଫ ରାହୁଲ କିଶୋର, ଫେରୋ ମାଙ୍ଗାନିଜ ଡିଭିଜନ ଚିଫ ଶମ୍ଭୁ ନାଥ ଝା ଏବଂ ସମସ୍ତ ବିଭାଗର ମୁଖ୍ୟ ମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ଓ ଦୁଇ ଜଣ ସ୍ୱୀକୃତିପ୍ରାପ୍ତ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଯେଉଁଥିରେ ୩୧୦ ଜଣ ଯୋଗ ଉସôାହି ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଓ ପ୍ରଶିକ୍ଷକ ମାନେ ସମସ୍ତଙ୍କୁ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ ଅଭ୍ୟାସ କରାଇଥିଲେ ଓ ପୁଖରାଜ ନେନିୱାଲ୍ ଯୋଗର ଉପକାରିତା ବିଷୟରେ ବୁଝାଇବା ସହ ସମସ୍ତଙ୍କୁ ଏହା ନିତିଦିନ ଅଭ୍ୟାସ କରିବା ପାଇଁ ଉସôାହିତ କରିଥିଲେ ଓ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଆରମ୍ଭ ପରଠାରୁ, ଯୋଗ କିପରି ଏବେ ଆମର ଦିନଚର୍ଯ୍ୟା ସହ ଯୋଡ଼ି ହୋଇ ଯାଇଛି, ତା ଉପରେ ଗୁରୁତ୍ୱାରୋପ କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।