ପୂର୍ବତନ ସିଡ଼ିପିଓଙ୍କୁ ୪ ବର୍ଷ ଜେଲ୍ : ଲାଞ୍ଚ ନେଇ ଧରାପଡ଼ିଥିଲେ
ଭୁବନେଶ୍ୱର : ଲାଞ୍ଜିଗଡ଼ର ପୂର୍ବତନ ସିଡ଼ିପିଓ ମୀନା ପାତ୍ରଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ବିଲ୍ ପାଶ୍ ନେଇ ଏସଚଏଜି ଗ୍ରୁପରୁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରାଯାଇଛି । ଭବାନୀପାଟଣା ଭିଜିଲାନ୍ସ ସ୍ପେଶିଆଲ୍ ଜଜ୍ ଏହି ରାୟ ଶୁଣାଇଛନ୍ତି । ଛତୁଆ ଓ ଅନ୍ୟ ପୁଷ୍ଟିକର ସାମଗ୍ରୀ ଯୋଗାଉଥିବା ଏସଏଚଜି ଗ୍ରୁପର ବିଲ୍ ପାଶ୍ କରିବାକୁ ସେ ୮୦ ହଜାର ଟଙ୍କାର ଲାଞ୍ଚ ନେଉଥିଲେ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ୨୦୨୧ ଅକ୍ଟୋବର ୩ରେ ଭିଜିଲାନ୍ସ ମାମଲା ରୁଜୁ କରିବା ସହ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । କୋର୍ଟ ଜେଲ ଦଣ୍ଡରେ ଦଣ୍ଡିତ କରିବା ପରେ ଶ୍ରୀମତୀ ପାତ୍ରଙ୍କୁ ଜେଲକୁ ପଠାଇ ଦିଆଯାଇଛି । ସେହିପରି ତାଙ୍କର ପେନସନ ବନ୍ଦ ପାଇଁ ଭିଜିଲାନ୍ସ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବ । ସୂଚନାଯୋଗ୍ୟଯେ, ମୋହନ ସରକାରଙ୍କ ଅମଳରେ ବହୁ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡ଼ିଥିବାବେଳେ ପୁରୁଣା ମାମଲାର ବି ତ୍ୱରିତ ଦଣ୍ଡବିଧାନ ଦିଗରେ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି ।
Samir Kumar Rout