ରାଜ୍ୟକୁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ରେଳ ପ୍ରକଳ୍ପ 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଚଳିତ ଆର୍ଥôକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବାଧିକ ପରିମାଣର ଆର୍ଥôକ ଅନୁଦାନ ମିଳିଛି । ରାଜ୍ୟର ଆଦିବାସୀ ଅଧୁ୍ୟଷିତ ଅଂଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତି ଓଡିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ । କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ସମୁଦାୟ ୮ଟି ରେଳ ପ୍ରକଳ୍ପ ମଧ୍ୟରୁ ଓଡିଶା ପାଇଁ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି  । ଓଡିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଏହି ଅବସରରେ ବିଜେପି ସଭାପତି ମନମୋହନ ସାମଲ  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।
ଅନୁମୋଦିତ ୬ ରେଳ ପ୍ରକଳ୍ପଗୁଡିକ ହେଲା; ଗୁଣୁପୁର-ଥେରୁବାଲି ନୂତନ ରେଳ ପାଇଁ ୧୩୨୬ କୋଟି, ଜୁନାଗଡ - ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ୩୨୭୪ କୋଟି, ମାଲକାନଗିରି–ଭଦ୍ରାଚଲମ- ପାଣ୍ଡୁରାଙ୍ଗପୁରମ ନୂତନ ରେଳ ପାଇଁ ୪୧୦୯ କୋଟି, ବାଦାମପାହାଡ – କେନ୍ଦୁଝରଗଡ ନୂତନ ରେଳ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷୀ – ଗୋରୁମହିଷାଣି ନୂତନ ରେଳ ପାଇଁ ୨୫୪୯ କୋଟି ଓ ବୁରାମରା – ଚାକୁଳିଆ ନୂତନ ରେଳ ପାଇଁ ୧୬୩୯ କୋଟି ଟଙ୍କା ମଂଜୁରୀ ମିଳିଛି  ।
ଶ୍ରୀ ସାମଲ କହିଛନ୍ତି, ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡିକ ଓଡିଶାବାସୀଙ୍କ ସ୍ୱାର୍ଥ ପୂରଣ କରିବ । ନୂତନ ରେଳ ପକଳ୍ପ ଯୋଗୁ ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ରାୟଗଡା, ନବରଙ୍ଗପୁର ଓ କଳହାଣ୍ଡି ଆଦି ଆଦିବାସୀ ଜିଲ୍ଲାର ଆର୍ôଥକ ବିକାଶ ସୁଦୃଢ ହୋଇପାରିବ । କୃଷି, ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ  । ଏଥି ସହ ବନ୍ୟଜାତ ଦ୍ରବ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପହଂଚାଇ ଯାଇପାରିବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ରାଜ୍ୟରେ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ତ୍ୱରାନ୍ୱିତ ହେବ । ଜଳପଥ ସହ ସଂଯୋଗୀକରଣ ସମ୍ଭବ ହେବାରେ ସହାୟକ ହେବ । ବାସ୍ତବରେ ରାଜ୍ୟରେ ରୋଜଗାର ଓ ସ୍ୱରୋଜଗାର କାରଣରୁ ଲକ୍ଷାଧିକ ଓଡିଆ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ସାମଲ କହିଛନ୍ତି  । ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ଅନୁମୋଦନ କରାଯାଇ ବାସହୀନଙ୍କ ପାଇଁ ୩ କୋଟି ପକ୍କାଘର ନିର୍ମାଣ ପାଇଁ ୫ ଲକ୍ଷ ୩୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । ଏହା ଦ୍ୱାରା ଓଡିଶାର ଯୋଗ୍ୟ ବାସହୀନ ହିତାଧିକାରୀମାନେ ପକ୍କା ଘର ପାଇପାରିବେ ବୋଲି ଶ୍ରୀ ସାମଲ କହିଛନ୍ତି । ଏବେ ଓଡିଶାରେ ଡବଲ ଇଞ୍ଜିନ୍ ସରକାର ଗଠନ ହୋଇଥିବାରୁ ସମସ୍ତ ବାଧା ଦୂର ହୋଇଛି  । ପୂର୍ବଭାରତର ବିକାଶ ପାଇଁ ମୋଦିଜୀ ଦେଖିଥିôବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ । ବିଜେପି ଶାସନରେ ଓଡ଼ିଶା ପୂର୍ବୋଦୟ ଭାରତର ନେତୃତ୍ୱ ନେବ ବୋଲି ଶ୍ରୀ ସାମଲ ଦୃଢ଼କ୍ତି ପ୍ରକାଶ କରିଛନ୍ତି ।