ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ବାପା ପୁଅ ଗୁରୁତର
ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟିଛି । ଗୋଟିଏ ପରିବାରର ଶାବଳରେ ଆକ୍ରମଣରେ ଅପର ପକ୍ଷର ଏକ ପରିବାରର ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ଘଟିଛି । ଗୁରୁତର ଆହତ ମାନେ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ପୁର୍ଣ୍ଣଚନ୍ଦ୍ର ମୁନି (୪୦) ଓ ତାଙ୍କ ପୁଅ ଅମରନାଥ ମୁନି (୧୭) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ବାପା ଓ ପୁଅ ଦୁହିଁଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ବାପା ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡ଼ାକ୍ତରଙ୍କ ସୂତ୍ରରୁ ପ୍ରକାଶ । ଖବର ପାଇଁ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ପହଞ୍ଚି ଆହତ ବାପା ଓ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ ଚଳାଇଛି । ମିଳିଥିବା ସୂଚନା ପ୍ରକାରେ, ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ପୁର୍ଣ୍ଣଚନ୍ଦ୍ର ମୁନି ଓ ପଡୋଶୀ ରାମଚନ୍ଦ୍ର ମୁନିଙ୍କ ସହ ଗତ କିଛି ବର୍ଷ ଧରି ଶତୃତା ଲାଗି ରହିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୈାଣସି କାରଣରୁ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୂପ ଧାରଣ କରିବା ପରେ ରାମଚନ୍ଦ୍ର ମୁନି ଓ ତାଙ୍କ ପୁଅ ଅରୁଣ ମୁନି ଘର ମଧ୍ୟରୁ ଏକ ଶାବଳ ଆଣି ପଡୋଶୀ ବାପା ଓ ପୁଅଙ୍କୁ ଶାବଳରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବାପା ଓ ପୁଅଙ୍କ ଚିକôାର ଶୁଣି ସାହି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁହିଁଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।