ଆଖୁ ଦର ଧାର୍ଯ୍ୟ କମିଟି ବୈଠକ

 ଆସିକା: ଆସିକା ଚିନିଶିଳ୍ପର ମୁଣ୍ଡ ଉପରେ ଆଖୁପେଡା ଋତୁ କିନ୍ତୁ ଏଯାଏଁ ଆଖୁଦର ଧାର୍ଯ୍ୟ ହୋଇନି ।ତେଣୁ ଚାଷୀ ମହଲରେ ଅସନ୍ତୋଷ ।ଜାନୁଆରୀ ମାସ ହେଲାଣି କିନ୍ତୁ ହେଲେ ଏପଯ୍ୟନ୍ତ ଗଞ୍ଜାମରେ ଆଖୁ କାଟିବାକୁ ଅଡର ମିଳିନି ଚାଷୀଙ୍କୁ । ଏହାର ମୂଳ କାରଣ ହେଲା ଆଖୁ କୁଇଟାଲ ପିଛା ଆସିକା ଚିନିଶିଳ୍ପ କତ୍ତୃପକ୍ଷ ୩୪୦୦ ଟଙ୍କା ରଖିଥିବା ବେଳେ ଆଖୁ ଚାଷୀ ଏହାକୁ ଗ୍ରହଣ କରି ନାହାନ୍ତି । ସେମାନଙ୍କ ଏକ ଜିଦ ଆଖୁ କୁଇଣ୍ଟାଲ ପିଛା ୪୨୦୦ ଟଙ୍କା ଦିଆ ଯାଉ । ଆଖୁ ଚାଷ ପାଇଁ ଚାଷୀଟିଏ ୧୨ ମାସ ପରିଶ୍ରମ କରୁଥିବା ବେଳେ ସେଥିରେ ବିଭିନ୍ନ ପ୍ରକାର ନଗୁତି ମଧ୍ୟ ରହିଛି । ତେଣୁ ସ୍ୱଳ୍ପ ଦରରେ ଆଖୁ ବିକ୍ରି କରି ଚାଷୀ ଆଉ ଅଧିକ କ୍ଷତି ସହି ପାରିବ ନାହିଁ । ଚାଷୀଙ୍କ ଏପରି ଜିଦରେ ଥିବା ବେଳେ ଆଜି ଆସିକା ଚିନିଶିଳ୍ପ ପରିଚାଳନା କମିଟି ଓ ଆଖୁ ଚାଷୀଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖୁଚାଷୀଙ୍କୁ ଚଳିତ ବର୍ଷ ପାଇଁ ଆଖୁ ୩୪୦୦ ଟଙ୍କାରେ ବିକ୍ରି କରିବା ପାଇଁ ଶିଳ୍ପ ପକ୍ଷରୁ କୁହାଯାଇଥିଲା । ହେଲେ ଆଖୁ ଚାଷୀଙ୍କ ଜିଦ ୪୨୦୦ ଟଙ୍କାରୁ ଦର କମ ହେଲେ ସେମାନେ ଆଖୁକଳ କୁ ଆଖୁ ଦେବେ ନାହିଁ । ଏଥିପାଇଁ ଆଜି ସବୁ ଚାଷୀ ଏକାଠି ହୋଇ ଦର ବୃଦ୍ଧି ପାଇଁ ହାତକୁ ହାତ ମିଶାଇ ଶପଥ ନେଇଛନ୍ତି  । ଅପରପକ୍ଷେ ଚିନିଶିଳ୍ପ ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ କୁମାର ପଣ୍ଡା କହିବା ପ୍ରକାରେ ଚାଷୀର ଦୁଖଃକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଛି । ଏଥିପାଇଁ ପୁଣି ୯ତାରିଖ ଦିନ ଏ ସଂକ୍ରାନ୍ତରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହେବ ସେହି ବୈଠକରେ ଦର ଛିଡିବ ଏବଂ କାରଖାନାର ବଇଲରରେ ଅଗ୍ନି ସଂଯୋଗ ଦିନ ଧାର୍ଯ୍ୟ ହେବ  । ଏପରିକି ଚାଷୀଙ୍କୁ ଆଖୁ କଟିଙ୍ଗ ଅଡର ଦିଆଯିବ ।ବୈଠକରେ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ପଣ୍ଡା,ଏମ୍ଡି ସୁଶାନ୍ତ ପଣ୍ଡା,କେନ ମେନେଜର ପ୍ରଶାନ୍ତ ପାଢ଼ୀ,କମିଟି ସଭ୍ୟ ଏବଂ ଗଞ୍ଜାମ ଜିଲ୍ଲା ଆଖୁଚାଷୀ ସଙ୍ଘ ସଭାପତି ସମୀର ପ୍ରଧାନ, ସମ୍ପାଦକ ପୂର୍ଣଚନ୍ଦ୍ର ବରାଡ଼ ସମେତ ବହୁ ଚାଷୀ ଆଲୋଚନା ହୋଇଥିଲା । କୌଣସି ନିର୍ଯ୍ୟାସ ବାହାରିଲାନି । ଆଖୁଦର ବୃଦ୍ଧି ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଥିଲା ।