କ୍ଷେତ୍ରୀୟ ସମାଜ କୁଳପତି ସମ୍ବର୍ଦ୍ଧନା
ନୂଆପଡା : ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଉକôଳ ବିକାଶ ପରିଷଦ "କଟକ ତରଫରୁ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ଶମ୍ଭୁକିଶୋର ଦଣ୍ଡସେନାଙ୍କୁ ସମାଜସେବୀ ଭାବେ ମହାନଦୀ ବିହାର ସ୍ଥିତ ରିଦ୍ଧି ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପାଳ କଟକ ବସନ୍ତ ଚରଣ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ବିଶ୍ୱାଳ,ମୁଖ୍ୟ ବକ୍ତା ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦାନ ଶ୍ରୀ ଦଣ୍ଡସେନାଙ୍କ ସମ୍ମାନିତ କରିଥିଲେ ।