୨୧ ରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ
ହିଞ୍ଜିଳିକାଟୁ : ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର ମାଟ୍ରିକ୍ ପରୀକ୍ଷା ଚଳିତ ମାସ ୨୧ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ସମାପ୍ତ ହେବ । ପରିକ୍ଷା ସମୟ ପାଖେଇ ଆସୁଥିବାରୁ ପରିକ୍ଷାର୍ଥୀଙ୍କ ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ମାଟ୍ରିକ ପରୀକ୍ଷାକୁ ଜୀବନର ସବୁଠାରୁ ବଡ ତଥା ମୂଲ୍ୟବାନ ପରୀକ୍ଷା ଭାବେ ବିବେଚନା କରାଯାଉଥିବାରୁ ପରୀକ୍ଷାର୍ଥୀ ମାନେ ଏହି ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ଲାଗି ଦିନ ରାତି ଏକାକାର କରି ପାଠ ପଢାରେ ନିମଗ୍ନ ରହୁଥିବାର ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢାରେ ଭଲ କରୁଥିବା ମେଧାବୀ ବିଦ୍ୟାର୍ଥୀ ମାନେ ର୍ୟାଙ୍କ ଆଶାରେ ଜୋରଦାର ପାଠପଢା ଚଲାଇଥିବା ବେଳେ ଭଲ ପାଠ ପଢୁନଥିବା ବିଦ୍ୟାର୍ଥୀ ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ପ୍ରି-ବୋର୍ଡ ପରୀକ୍ଷା ଶେଷ ହେବା ପରଠାରୁ ଅଧିକାଂଶ ୧୦ମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ସମୟ ଘରୋଇ ଟୁ୍ୟସନରେ ସମୟ ଅତିବାହିତ ହେଉଛି । ୧୦ ମ ଶ୍ରେଣୀ ବୋର୍ଡ ପରୀକ୍ଷା ସକାଶେ ଆଉ ମାତ୍ର ୬ ଦିନ ବାକି ଥିବା ବେଳେ ପରୀକ୍ଷାର୍ଥୀ ମାନେ ପରୀକ୍ଷାକୁ ନେଇ ସିରିୟସ ଥିବା ଭଳି ମନେହେଉଛି । ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହେବାକୁ ଦିନରାତି ଏକାକାର କରି ପାଠପଢାରେ ନିମଗ୍ନ ରହୁଛନ୍ତି । ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମାନସିକ ଚାପ ବଢିବାରେ ଲାଗିଛି । ପରୀକ୍ଷାରେ କିଭଳି ପ୍ରଶ୍ନପତ୍ର ଆସିବ ତାହାକୁ ନେଇ ସମସ୍ତ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପରୀକ୍ଷା ସମୟ ଯେତିକି ପାଖେଇ ଆସୁଛି ପରୀକ୍ଷାର୍ଥୀ ମାନେ ସେତିକି ବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି । ପରୀକ୍ଷାରେ ଭଲ ନମ୍ବର ରଖିବାକୁ କିଏ ଦିନରାତି ଏକାକାର କରି ଦେଇଥିବା ବେଳେ ଆଉ କିଏ ଜୈନିକ ୧୨ ରୁ ୧୪ ଘଣ୍ଟା ପରିଶ୍ରମ କରି ପାଠପଢାରେ ବ୍ୟସ୍ତ ରହୁଥିବାର ଜଣାପଡିଛି । ପରୀକ୍ଷାର୍ଥୀ ମାନଙ୍କ ଅଧିକାଂଶ ସମୟ ପାଠପଢାରେ ବିତୁଛି । ଘରୋଇ ଟୁ୍ୟସନ ଶିକ୍ଷକ ମାନେ ସେମାନଙ୍କ ନିକଟରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ମାନେ କିଭଳି ଆଶତୀତ ନମ୍ବର ରଖି ଉତୀର୍ଣ୍ଣ କରିବେ ସେ ନେଇ ଜୋରଦାର ପାଠ ପଢାଉଥିବା ଦେଖିବାକୁ ମିଳୁଛି ।