ପୃଥିବୀକୁ ଧକ୍କା ଦେବ ଏକ ଶକ୍ତିଶାଳୀ ଉଲକାପିଣ୍ଡ!

ପୃଥିବୀକୁ ଧକ୍କା ଦେବ ଏକ ଶକ୍ତିଶାଳୀ ଉଲକାପିଣ୍ଡ!

ପୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ । ଏହାର ପ୍ରଭାବ ଏତେ ଶକ୍ତିଶାଳୀ ଯେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଧ୍ବଂସ ହେବା ନେଇ ଆଶଙ୍କା ବଢିଛି । ଏପରି ଖବର ଦେଇଛନ୍ତି ବିଶ୍ବର କିଛି ଅନେକ ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସି । ଏ ସମ୍ପର୍କରେ ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସିଙ୍କ କହିବାନୁଯାୟୀ, ଆଜିକୁ ପାଖାପାଖି ୭ ବର୍ଷ ପରେ ମହାକାଶରୁ ପୃଥିବୀ ପ୍ରତି ଏକ ବଡ଼ ବିପଦ ଆସିବାର ସମ୍ଭାବନା ରହିଛି । ବିଶ୍ବରେ ଥିବା ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସିମାନେ ଏହି ବିପଦର ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି।  ନାସା ହେଉ କି ଚୀନ୍‌‌; ଏହି ବିପଦକୁ ମୁକାବିଲା କରିବା ପାଇଁ ସୁରକ୍ଷାବଳଙ୍କୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି । କୁହାଯାଉଛି ୨୦୩୨ରେ ପୃଥିବୀକୁ ଧକ୍କା ଦେବ  ଉଲକାପିଣ୍ଡ । ଏପର୍ଯ୍ୟନ୍ତ  ଫୃଥିବୀରେ  ଉଳକାପିଣ୍ଡ  ପଡିବାର ବିପଦ କମ ଅଛି ।  କିନ୍ତୁ ଯଦି ଏହା ସତ ହୁଏ ତେବେ କ୍ଷତି ବହୁତ ହୋଇପାରେ । ଧକ୍କା ଦିଏ  କେଉଁ କେଉଁ ଦେଶରେ ଏହା ବ୍ୟାପକ ଧ୍ବଂସଲୀଳା  ସୃଷ୍ଟି କରିବ? 

ୱାଇଆର୍‌୪ ଉଲକାପିଣ୍ଡର ପୂରା ନାମ ୨୦୨୪ରେ ରଖାଯାଇଥିଲା । ଏହି ଉଲକାପିଣ୍ଡକୁ ଅପୋଲୋ-ଟାଇମ୍‌  ଭାବେ ଚିହ୍ନଟ କରାଯାଇଥିଲା । ଯେତେବେଳ ଆଟଲାସ ଦ୍ବାରା ଏହି ଉଲକାପିଣ୍ଡକୁ ନେଇ ଚେତାବନୀ ଜାରି କରାଗଲା ସେତେବଳେ ସାରା ବିଶ୍ବର ଅନ୍ତରୀକ୍ଷ ଏଜେନ୍ସିମାନଙ୍କରେ ହଇଚଇ ସୃଷ୍ଟି ହୋଇଥିଲା।