‘ପୀଡ଼ିତା ଅପରାଧ ବୋଲି ଭାବୁନାହିଁ...’ : ପକ୍ସୋ ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ
ନୂଆଦିଲ୍ଲୀ : ନାବାଳିକାକୁ କୁକର୍ମ ମାମଲାରେ ଦଣ୍ଡିତ ହୋଇ ଜେଲ୍ରେ ଥିବା ଜଣେ ଦୋଷୀଙ୍କୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି । ଧାରା ୧୪୨ର ପ୍ରୟୋଗ କରି ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି । ଦୋଷୀଙ୍କୁ ପୀଡ଼ିତା ବିବାହ କରିବା ସହ ଖୁସିରେ ସଂସାର କରିଛି । ପୀଡ଼ିତା ଏହାକୁ ଅପରାଧ ବୋଲି ଭାବୁନାହିଁ । ତେଣୁ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି ।
ସୁପ୍ରିମକୋର୍ଟର ଜଷ୍ଟିସ୍ ଅଭୟ ଓକା ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଏସଂକ୍ରାନ୍ତୀୟ ମାମଲାର ଶୁଣାଣୀ କରି କହିଛନ୍ତିଯେ, ଆଇନ୍ ଅନୁସାରେ ଏହା ଏକ ଅପରାଧ । ହେଲେ ପୀଡ଼ିତା ଏଭଳି ଭାବୁନାହାନ୍ତି । ବରଂ ନିଜ ସ୍ୱାମୀଙ୍କୁ ମୁକ୍ତ କରିବା ପାଇଁ ସେ ଆଇନଗତ ଲଢ଼େଇ କରି ଆସୁଛନ୍ତି । ଏହି ମାମଲାଟି ସମସ୍ତଙ୍କ ଆଖି ଖୋଲିଦେଇଛି । ଆମ ବିଚାର ବ୍ୟବସ୍ଥାର ତ୍ରୁଟିକୁ ଦର୍ଶାଉଛି । ବିଚାର ବ୍ୟବସ୍ଥା, ପରିବାରକୁ ଆଖିଆଗରେ ରଖି ପୀଡ଼ିତା ପାଖରେ ପୂର୍ବରୁ କିଛି ବିକଳ୍ପ ନଥିଲା । ଏବେ କିନ୍ତୁ ପୀଡ଼ିତା ଭାବଗତ ସହ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ଅଛି । ନିଜ ଛୋଟ ପରିବାର ନେଇ ତା’ର ସକରାତ୍ମକ ମନୋଭାବ ରହିଛି । ତେଣୁ ଆମେ ଧାରା ୧୪୨ର ପ୍ରୟୋଗ କରୁଛୁ ବୋଲି ଜଷ୍ଟିସ୍ ଓକା କହିଛନ୍ତି ।
ଜଣେ ନାବାଳିକା ସହ ଯୌନ ସମ୍ପର୍କ ରଖିଥିବାରୁ କାଲକାଟା ହାଇକୋର୍ଟ ୨୫ ବର୍ଷର ଜଣେ ଯୁବକଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ସମୟରେ କାଲକାଟା ହାଇକୋର୍ଟ କହିଥିଲେଯେ, ପ୍ରାପ୍ତ ବୟସ୍କ କିଶୋରୀମାନେ ସେମାନଙ୍କର ଯୌନ ଆକାଂକ୍ଷାକୁ ନିୟନ୍ତ୍ରଣ କରିବା ଦରକାର । ସେହିପରି ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟରେ ଉପଲବ୍ଧ ପର୍ଣ୍ଣ ଭିଡ଼ିଓ ଓ ସାଙ୍ଗସାଥିଙ୍କ ସହ ମିଶିବାରୁ ସହମତି ଭିତ୍ତିକ ଯୌନ ସମ୍ପର୍କ ବୃଦ୍ଧି ପାଉଛି ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟ ନେଇ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ଏନେଇ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଏହା ଧାରା ୨୧ର ଉଲ୍ଳଂଘନ କରୁଛି ବୋଲି କହିଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।