ପୋଖରୀକୁ ନେଇ ଦୁଇ ପଞ୍ଚାୟତରେ ବିବାଦ : ଭାଗ ନିରୂପଣ କରିବାକୁ ବିଡିଓଙ୍କୁ ହାଇକୋର୍ଟଙ୍କ ନିଦେ୍ର୍ଦଶ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସୁକରପଡା ଓ କଟରପଡା ଦୁଇ ପଞ୍ଚାୟତ ମଧ୍ୟରେ ଗୋଟିଏ ଦିଅଁପୋଖରୀ ରହିଥିବା ବିବାଦର ସମାଧାନ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ କରିନଥିବା ସଂକ୍ରାନ୍ତ ଅଭିଯୋଗ ହାଇକୋର୍ଟରେ ପହଞ୍ଚôଛି । ଏହି ପୋଖରୀରେ କେଉଁ ପଂଚାୟତର କେତେ ଅଂଶ ରହିଛି ସେ ନେଇ ଶୁଣାଣି କରି ନିଷ୍ପତ୍ତି ଦେବାକୁ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । କଟରପଡା ପଞ୍ଚାୟତର ଦାବିପତ୍ର ଉପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶୁଣାଣି କରିବାବେଳେ ସୁକରପଡା ସରପଞ୍ଚଙ୍କୁ ମଧ୍ୟ ପକ୍ଷ ରଖିବା ପାଇଁ ସୁଯୋଗ ଦେବେ, ଏହାପରେ କଟରପଡା ଓ ସୁକରପଡା ପଞ୍ଚାୟତର କେତେଭାଗ ରହିଛି ? ସେ ନେଇ ମଣ୍ଡଳ ଉନ୍ନୟନ ଅଧିକାରୀ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବେ । ପୋଖରୀ ନିଲାମ ପୂର୍ବରୁ ଦୁଇ ପଞ୍ଚାୟତର ଭାଗ କାହାର କେତେ ? ସେ ନେଇ ମଣ୍ଡଳ ଉନ୍ନୟନ ଅଧିକାରୀ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଦେ୍ର୍ଦଶ ଦେବା ସହିତ କଟରପଡା ସରପଞ୍ଚ ରାକେଶ କୁମାର ସାମଲଙ୍କ ଆବେଦନର ଶୁଣାଣିରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ପଞ୍ଚାୟତ ପୁନଃଗଠନ ପରେ ସୁକରପଡା ପଂଚାୟତରୁ କଟରପଡା ପଞ୍ଚାୟତ ଗଠନ ହୋଇଥିଲା । ମୂଳ ସୁକରପଡା ପଂଚାୟତ ଦିଅଁ ପୋଖରୀ ରହିଥିଲା । ନୂଆ ପଂଚାୟତ ଗଠନ ପରେ ଉକ୍ତ ପୋଖରୀ କଟରପଡା ଗ୍ରାମ ପଞ୍ଚାୟତର ମଧ୍ୟ ଅଂଶ ରହିଛି ବୋଲି କୁହାଯାଇଥିଲା । କଟରପଡା ପଞ୍ଚାୟତ ତରଫରୁ ଏହି ପୋଖରୀରେ ପଞ୍ଚାୟତର ଭାଗ ଥିବା ଦାବି କରାଯାଇଥିଲା । ଏହି ପ୍ରସଙ୍ଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ସୁକରପଡା ପଞ୍ଚାୟତ ଏହି ପୋଖରୀରୁ ମିଳୁଥିବା ସମସ୍ତ ଅର୍ଥ ନେଉଥିବା ବେଳେ କଟରପଡା ପଞ୍ଚାୟତର ଦାବିକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏହି ପୋଖରୀ ଦୁଇ ପଞ୍ଚାୟତରେ ରହିଥିବାରୁ ଏଥିରୁ ଆଦାୟ ହୋଇଥିବା ଅର୍ଥ ଦୁଇ ପଂଚାୟତକୁ ମିଳିବା କଥା । ପୋଖରୀର ଭାଗ କେଉଁ ପଂଚାୟତରେ କେତେ ତାହା ନିର୍ଦ୍ଧାରଣ କରାଯିବା ପାଇଁ କଟରପଡା ପଂଚାୟତର ବାସିନ୍ଦାମାନେ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଓ ଜିଲ୍ଲା କର୍ତ୍ତପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ପାଇଁ କଟରପଡା ପଞ୍ଚାୟତ ବାସିନ୍ଦା ପୋଖରୀରୁ ସେମାନଙ୍କର ଭାଗ ପାଇବାରୁ ବଞ୍ଚôତ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଧୀର କୁମାର ପାତ୍ର ମାମଲା ପରିଚାଳନା କରିଥିଲେ ।