ଶାରଳା ବିଜ୍ଞାନ ଆବାସିକ ବିଦ୍ୟାଳୟର ସଫଳତା

 କାକଟପୁର :  ଗତ ବୁଧବାର ଦିନ +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶପାଇଛି । ଏଥିରେ ପ୍ରତିବର୍ଷ ପରି ଏଥର ମଧ୍ୟ ପୁରୀ ଜିଲ୍ଲା କାକଟପୁର ସ୍ଥିତ +୨ ଶାରଳା ବିଜ୍ଞାନ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପରୀକ୍ଷା ଦେଇଥିବା କଲେଜର ୧୦୨ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସ୍ୱପ୍ନାଶ୍ରୀ କୁଅଁର ୫୧୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସାଲଷ୍ମୀ ସାହୁ ୫୧୪ ନମ୍ବର ରଖି ଦ୍ୱିତୀୟ ଓ ସ୍ମୃତିକ୍ରୀଷ୍ଣା ମହାରଣା ୫୦୮ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ ୯୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା କାକଟପୁରରେ ଚର୍ଚ୍ଚର ବିଷୟ ପାଲଟିଥିବା ବେଳେ ୭ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଏବଂ ୩ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ସଫଳତା ଲାଭ କରି ସମଗ୍ର କାକଟପୁର ଅଞ୍ଚଳ ଏବଂ କଲେଜ ପାଇଁ ଗୌରବ ଆଣିଛନ୍ତି । ଏଠାରେ ପ୍ରକାଶ ଥାଉକି ଶାରଳା +୨ ବିଜ୍ଞାନ ଆବାସିକ ବିଦ୍ୟାଳୟ ଉନ୍ନତ ମାନର ଗୁଣାତ୍ମକ ଶିକ୍ଷା ପାଇଁ କାକଟପୁରରେ ନିଜର ପରିଚୟ ସୃଷ୍ଟି କରିପାରିଛି । ଏହି ପ୍ରରିପେକ୍ଷୀରେ କଲେଜର ପ୍ରତିଷ୍ଠାତା ତଥା ପରିଚାଳନା ନିଦେ୍ର୍ଦଶକ ଚିତ୍ତରଞ୍ଜନ ପରିଡା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।