ପୋଷ୍ଟ ଅଫିସରେ ମିଳୁନି ଟ୍ରେନ୍ ଟିକେଟ; ଯାତ୍ରୀ ହନ୍ତସନ୍ତ

 ଆସିକା: ଆସିକା ଉପ ଡାକଘର, ବିଏସଏନଏଲ ଓ ରେଳ ବିଭାଗର ସମନ୍ୱୟ ଅଭାବରୁ ଦୀର୍ଘ ମାସ ହେଲା ଆସିକା ପୋଷ୍ଟ ଅଫିସରେ ଯାତ୍ରୀ ମାନଙ୍କୁ ମିଳୁନି ଟ୍ରେନ୍ ଟିକଟ । ଭାରତ ସଂଚାର ନିଗମ ଲିମିଟେଡ଼ ଏବଂ ଭାରତୀୟ ରେଲୱେ ବିଭାଗର ମିଳିତ ଚୁକ୍ତିନାମା ଅନୁସାରେ ଆସ୍କା ପୋଷ୍ଟ ଅଫିସ ଏବଂ ଭଞ୍ଜନଗର ପୋଷ୍ଟ ଅଫିସରେ ଯାତ୍ରୀମାନଙ୍କ 
ସୁବିଧା ପାଇଁ ଟ୍ରେନ୍ ଯାତ୍ରା ନିମନ୍ତେ ଟିକଟ ବିକ୍ରି ସୁବିଧା ଯୋଗାଇଦିଆ ଯାଉଥିଲା । ଲୋକମାନଙ୍କ ସୁବିଧା ଦୃଷ୍ଟିରୁ କେନ୍ଦ୍ର ସରକାର ବ୍ରହ୍ମପୁର ରେଲୱେ ଷ୍ଟେସନକୁ ନ ଆସି ନିଜ ନିଜ ଅଞ୍ଚଳ ମାନଙ୍କରେ ସହଜ ସୁବିଧା ଓ ହାତ ପାଅନ୍ତାରେ ଦୂର ଦୁରନ୍ତକୁ ଯାତାୟାତ କରିବା ପାଇଁ ଟିକଟ ବିକ୍ରିର ସୁଭିଧା ଗତ କିଛି ବର୍ଷ ହେଲା କରୁଥିଲେ । ଗତ ୩/୧୧/୨୪ ତାରିଖରୁ ଅଦ୍ୟାବଧି ମାସେ ହେଲା ଆସିକା ପୋଷ୍ଟ ଅଫିସରେ ଟ୍ରେନ୍ ଟିକଟ ବିକ୍ରି ବନ୍ଦ ରହିଛି । ଲିଙ୍କ୍ ଫେଲ୍ କାରଣରୁ ବହୁ ଲୋକ ଧାଡିବାନ୍ଧି ଜଗି ରହି ଶେଷରେ କାଉଣ୍ଟର ନିକଟକୁ ଆସିଲା ବେଳେ ନିରାଶ ହୋଇ ଫେରି ଯାଉଛନ୍ତି । ଏହାର କାରଣ ବିଷୟରେ ମୁଖ୍ୟ ଡାକ ଅଧିକାରୀଙ୍କୁ ପଚାରିବାରୁ ଭାରତ ସଞ୍ଚାର ନିଗମ ଲିମିଟେଡ଼ର କେବୁଲ ନଷ୍ଟ କାରଣରୁ ବନ୍ଦ ରହିଛି । ଉକ୍ତ ବିଷୟରେ ବାରମ୍ବାର ଉପରସ୍ଥ ଅଧିକାରୀଙ୍କୁ ଲିଖିତ ଆକରରେ ଜଣାଇ ଥିଲେ ମଧ୍ୟ ଅଦ୍ୟକ୍ଷବଧି କୌଣସି ଅଧିକାରୀ ଦୃଷ୍ଟି ଗୋଚର ଦେଉନାହାନ୍ତି । ଏ ସମ୍ପର୍କରେ ଆସିକା ବିଏସ୍ଏନ୍ଏଲ୍ର ଅଧିକାରୀଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଏଥି ପୂର୍ବରୁ କୋର କେବୁଲ ମାଧ୍ୟମରେରେ ଲାଇନ ଦିଆଯାଉଥିଲା । ବର୍ତମାନ କୋର କେବୁଲ ପରିବର୍ତ୍ତି ଫାଇଭର ମଧ୍ୟରେ ଦେବା ନିମନ୍ତେ ରେଲୱେ କତୃପକ୍ଷ ଚୁକ୍ତିନାମା କରିନାହାନ୍ତି । ତେଣୁ ଆମେ କିଛି କରିବାର ନାହିଁ ବୋଲି ପ୍ରକାଶ କରିଥିଲେ । ଏହାପରେ ବ୍ରହ୍ମପୁର ଉପରସ୍ଥ ବଡ଼ ବଡ଼ ଅଧିକାରୀ ମାନଙ୍କୁ ପଚାରିବାରୁ ଚିଠି ଲେଖା ହୋଇଛି । ଲେଖାର ଉତ୍ତର ଆସିଲେ ନିଶ୍ଚିତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାପ୍ରଶାସନ ଯଥାଶୀଘ୍ର ଆସ୍କା ମୁଖ୍ୟଡାକଘରେ ଟ୍ରେନ ଟିକଟ ବିକ୍ରି ନିମନ୍ତେ ସୁ ବନ୍ଦୋବସ୍ତ କଲେ ଟ୍ରେନ ଯାତ୍ରୀ ମାନେ ଉପକୃତ ହୋଇପାରନ୍ତେ ।