ହେଉନି ଏଗ୍ରିମେଣ୍ଟ; ପୌର ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହେଲେ ବ୍ୟବସାୟୀ


ାା ପ୍ରଭନୁ୍ୟଜ୍ ।ା ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦରରେ ଥିବା ମୁଖ୍ୟ ବସଷ୍ଟାଣ୍ଡ ପରିସରରେ ଅନେକ ଦୋକାନ ଗୃହ ରହିଥିବା ବେଳେ ଏହି ଦୋକାନ ଗୃହ ଗୁଡିକରେ ଗତ ୧୩ ବର୍ଷ ଧରି ବ୍ୟବସାୟୀ ମାନେ ବିଭିନ୍ନ ବ୍ୟବସାୟ କରି ଆସୁଛନ୍ତି । ବସଷ୍ଟାଣ୍ଡ ପରିସରରେ ୧୯ଟି ଦୋକାନ ରହିଥିବା ବେଳେ ଗତ ୧୩ ବର୍ଷ ଧରି ଏଠାରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଦୋକାନ ଗୁଡିକର ଭଡା ମଧ୍ୟ ପୌରପରିଷଦରେ ପଇଠ କରୁଛନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ବ୍ୟବସାୟୀମାନଙ୍କ ସହ ପୌରପରିଷଦ ପକ୍ଷରୁ ଦୋକାନ ଗୃହ ବାବଦକୁ ନେଇ କୌଣୟ ପ୍ରକାରର ଏଗ୍ରୀମେଣ୍ଟ କିମ୍ବା ଚୁକ୍ତି ହୋଇ ନାହିଁ । ବର୍ଷ ବର୍ଷ ଧରି ବ୍ୟବସାୟୀ ମାନେ ଦୋକାନ ଗୃହକୁ ବ୍ୟବହାର କରି ଭଡା ଦେଉଥିବା ସହ ଏହାର ଏଗ୍ରୀମେଣ୍ଟ ମଧ୍ୟ କରିବା ପାଇଁ ବାରମ୍ବାର ଦାବି କରିବା ସହ ପୌର ପରିଷଦକୁ ଜଣାଇଥିଲେ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ କୌଣସି ପ୍ରକାରର ଏଗ୍ରୀମେଣ୍ଟ ହୋଇ ନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ତେବେ ଏହି ଏଗ୍ରୀମେଣ୍ଟ କରିବା ପାଇଁ ପୁନଃ ଦାବି କରି ବ୍ୟବସାୟୀ ମାନେ ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।