ପ୍ରକଳ୍ପ ବିଦ୍ୟା ଓ ପ୍ରକଳ୍ପ ନିର୍ମଳ ଜୀବନକୁ ନୂଆ ଦିଶା ଦେଇଛି

ଭୁବନେଶ୍ୱର :  ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ ଏବଂ ଝାରସୁଗୁଡ଼ା ଜିଲ୍ଲାର ହେମଗିର ଏବଂ କୁରାଲୋଇ ଅଞ୍ଚଳରେ ଶିକ୍ଷା, ଜଳ ଯୋଗାଣ ଏବଂ ପରିମଳ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ଜୀବନର ଉନ୍ନତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । କମ୍ପାନୀ ଦୁଇଟି ପ୍ରଭାବଶାଳୀ ସିଏସ୍ଆର ର୍କାର୍ଯ୍ୟକ୍ରମ ଆରମ୍ଭ କରିଛି  । ‘‘ପ୍ରକଳ୍ପବିଦ୍ୟା’’ଏବଂ‘‘ପ୍ରକଳ୍ପନିର୍ମଳ’’ କାର୍ଯ୍ୟକ୍ରମ ଜରିଆରେ ୩୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ ଜିତେନ୍ଦ୍ର ମୁଣ୍ଡା, ଅତିରିକ୍ତ ବିଇଓ କପିଲ ଚନ୍ଦ୍ର ଦାସ, ମୁଣ୍ଡଡେର ଖେଟର ସରପଞ୍ଚ ସନ୍ନ୍ୟାସୀ ବାଗ, ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରକଳ୍ପ ବିଦ୍ୟା ଆଖପାଖ ଅଞ୍ଚଳର ୨୦ଟି ସ୍କୁଲରେ ୨୨ଜଣ ଅତିରିକ୍ତ ଶିକ୍ଷକଙ୍କୁ ନିୟୋଜିତ କରି ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବକୁ ଦୂରକରିବା ସହାୟକ ହେବା ସହିତ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟରେ ଉନ୍ନତି ଆଣିଥାଏ । 
ନିର୍ମଳ ପ୍ରକଳ୍ପ ଜରିଆରେ ୧୨ଟି ଗ୍ରାମରେ ୧୧ଟି ସୌରଶକ୍ତି ଚାଳିତ ବୋରୱେଲ, ୫୦ଟି ବାୟୋଶୌଚାଳୟ ଏବଂ୨୦ଟି ଜଳ ବିଶୋଧକ ସ୍ଥାପନ ମାଧ୍ୟମରେ ସ୍ଥାୟୀଜଳ ଏବଂ ପରିମଳ ସମାଧାନ ପ୍ରଦାନ କରିବ । ସୁନ୍ଦରଗଡ଼ ଉପ-ଜିଲ୍ଲାପାଳ ଦଶରଥି ସରାବୁ (ଓ.ଏ.ଏସ୍.), କହିଛନ୍ତି, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସହଯୋଗ ଗୁରୁତ୍ୱପୂଣ୍ଣ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସେମାନଙ୍କ ଶିକ୍ଷାପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ତେଣୁ, ପାନୀୟ ଜଳ ଭିତ୍ତିଭୂମିର କାର୍ଯ୍ୟାନ୍ୱୟନ, ସ୍ୱଚ୍ଚତା ବୃଦ୍ଧି ଏବଂ ଏହି ଅଞ୍ଚଳରେ ଶିକ୍ଷାର ଉନ୍ନତି ଦିଗରେ ବେଦାନ୍ତର ପଦକ୍ଷେପକୁ ପ୍ରଶଂସା କରିଥିଲେ । ବେଦାନ୍ତ କୋଇଲାଖଣି ସିଇଓ ଡେଭିଡ ଷ୍ଟୋନ,କହିଛନ୍ତି, "ବେଦାନ୍ତରେ, ଆମେ ଶିକ୍ଷା ଏବଂ ସ୍ଥାୟୀ ବିକାଶର ଶକ୍ତି ଉପରେ ବିଶ୍ୱାସ କରୁ, ଯାହାଦ୍ୱାରା ସମାଜରେ ପରିବର୍ତ୍ତନ ଆସିପାରିବ । ପ୍ରୋଜେକ୍ଟ ବିଦ୍ୟା ଏବଂ ପ୍ରୋଜେକ୍ଟ ନିର୍ମଳ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟିକରିବା ପାଇଁ ଆମର ସଂଙ୍କଳ୍ପ । ଶିକ୍ଷାଗତ ସମ୍ବଳର ଉନ୍ନତି ଏବଂ ଅତ୍ୟାବଶ୍ୟକ ଜଳଏବଂ ପରିମଳ ସୁବିଧା ପ୍ରଦାନକରି, ଆମେ ଆମର ଆଖପାଖର ଲୋକଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବାକୁ ଲକ୍ଷ୍ୟରଖିଛୁ ।