ପ୍ରକୃତି ସୁରକ୍ଷା ପଦଯାତ୍ରା

 ଜୟପୁର :ପ୍ରକୃତିକୁ ସୁରକ୍ଷା ଦେବା ନିମନ୍ତେ ୨୫ ଜଣିଆ ଦଳ ମାଲକାନାଗିରି ଜିଲ୍ଲାର ତପଭୂମି ଆଶ୍ରମ ଠାରୁ ପୁରୀ ୬୭୦ କିଲୋମିଟର ୪୪ ଦିନ ପାଇଁ ପଦ ଯାତ୍ରା କରୁଛନ୍ତି  । ପ୍ରାକୃତିକ ପରିବେଶକୁ କିପରି ଭାବେ ସୁରକ୍ଷା ଦେବା ନିମନ୍ତେ ଏହି ପଦଯାତ୍ରାରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳର ଜନସମାଜକୁ ସଚେତନତା କରିବା ପାଇଁ ଏହି ପଦଯାତ୍ରା ବାହାରିଛି । ଏହି ପଦଯାତ୍ରାରେ ପ୍ରାୟ ୨୫ ଜଣ ଯାତ୍ରା କରୁଛନ୍ତି । ଯାତ୍ରା ବେଳେ ପ୍ରତ୍ୟେକ ୧୫ କିଲୋମିଟର ଚାଲିବା ପରେ ବିରାମ ନେଇ ପୁଣି ଯାତ୍ରା ଆରମ୍ଭ କରି ପୁରୀରେ ପହଞ୍ଚିବେ । ସେଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ବିଶ୍ୱଜଗତର ନଷ୍ଟ ହେଉଥିବା ପ୍ରକୃତି ପରିବେଶକୁ ସୁରକ୍ଷା ଦେବା ନିମନ୍ତେ ସଂଦେଶ ଦେବେ । ଏହି ପଦଯାତ୍ରାରେ ମାଲକାନାଗିରି ଜିଲ୍ଲା ଏବଂ ରାୟଗଡ଼ା ଜିଲ୍ଲା ଓ ପଡୋଶୀ ରାଜ୍ୟର ପୁରୁଷ,ମହିଳା ସମେତ ଯୁବକ ଯୁବତୀ ମାନେ ସାମିଲ୍ ଅଛନ୍ତି ।