୩୧ ୟୁନିଟ୍ ରକ୍ତ ସଂଗୃହୀତ
ବୈଶିଙ୍ଗା: ଓଡିଆ ପକ୍ଷ ପାଳନ ଅବସରରେ ବୈଶିଙ୍ଗା ସ୍ଥିତ ମହାତ୍ମାଗାନ୍ଧି ଡ଼ିଗ୍ରୀ ମହାବିଦ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମମତା ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ବେତନଟୀ ବ୍ଲକ ପ୍ରେସ କୁବ ସଭାପତି ପ୍ରକାଶ ବେହେରା, ବରିଷ୍ଠ ସାମ୍ବାଦିକ ସୀତାନାଥ ବେହେରା, ବିମଳେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାର ପରିଚାଳକ ଡ. ସୌମ୍ୟରଞ୍ଜନ ନାୟକ ଏବଂ ସହଯୋଗୀ ଭାବେ ରୁଚିକା ଖୁରାନା, କରୁଣାକର ଜେନା, ସୁକୁଲ ହେମ୍ବ୍ରମ୍ ଏବଂ ଧିରେନ ମୁଖି ପ୍ରମୂଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ତଥା ମାଣିଦା କଲେଜ ଅଧ୍ୟାପକ ଡଃ ଦିଲ୍ଲୀପ ଭୋଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ରକ୍ତ ଦାନ ସମ୍ପର୍କରେ ସଚେତନ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସମେତ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ମହା ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।