ଓଡ଼ିଶା ସେବକ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର
ବାଲିଅନ୍ତା: ଭୁବନେଶ୍ୱର ରେଡକ୍ରସ ଶାଖାର କର୍ମକର୍ତ୍ତାମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ । ରକ୍ତାଦିନ ବ୍ୟତିତ ବିଭିନ୍ନ ବସ୍ତିରେ ରହୁଥିବା ୩୦ ଜଣ ଅସହାୟ ବୃଦ୍ଧା ଓ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରାଯାଇଥିଲେ । ସମାଜ ସେବାରେ ନିଜକୁ ଉସର୍ଗ କରିଥିବା କିଛି ବ୍ୟକ୍ତି ଏବଂ ସଂଗଠନକୁ ଓଡ଼ିଶା ସେବକ ସଂଘ ସେବା ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଥିଲା । ଈଶ୍ୱରୀୟ ବ୍ରହ୍ମ କୁମାରୀ କେନ୍ଦ୍ରର ମୁଖ୍ୟ ବିକେ ମଞ୍ଜୁ, ଏଭର ଗ୍ରୀନ ଫୋରମ୍ ସଭାପତି ଡ଼ ପ୍ରକାଶ ଜେନା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୱାଇଆରସି କାଉନସିଲର ଡ଼ ସୁଶିଲ ପଟ୍ଟନାୟକ, ଡିସିପି ଲଲିତେନ୍ଦୁ ମହାନ୍ତି, ରେଡ ସ୍ୱସ୍ତିକ ସୋସାଇଟିର ଯୁଗ୍ମ କାର୍ଯ୍ୟନିର୍ବାହୀ ପରେ ନିଦେ୍ର୍ଦଶକ ଦେବାଶିଷ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଜୟନ୍ତ କୁମାର ମିଶ୍ର, ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବିନୋଦ ପଟ୍ଟନାୟକ, ସିଲିକନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ ସମଲେଶ୍ୱରୀ ପ୍ରସାଦ ନାୟକ, ରେଲୱେ କଲୋନି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଂଶସ କରିଥିଲେ । ପ୍ରାରମ୍ଭରେ ସଂଘର ସଭାପତି ଅଶୋକ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଘର ସମ୍ପାଦକ ବସନ୍ତ ତ୍ରିପାଠୀ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉପ-ସଭାପତି ମିନାକ୍ଷୀ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ହରେକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ । ସଭ୍ୟ ହର ପ୍ରସାଦ ଶତପଥୀ, ସର୍ବେଶ୍ୱର ଦାସ, ମିହିର ମିଶ୍ର, ବସନ୍ତ ପାଢ଼ୀ, ଘନଶ୍ୟାମ ବଳ, ମନୋରଞ୍ଜନ ସାହୁ, ଜଗବନ୍ଧୁ ବେହେରା, ଦୌପ୍ରଦୀ ମିଶ୍ର, ଉଦୟ ନାରାୟଣ ବାରିକ, ନିହାରିକା ମହାପାତ୍ର, ପଦିପ ପଟ୍ଟନାୟକ, ମନୋରଞ୍ଜନ ଭଞ୍ଜ, ସୁରେନ୍ଦ୍ର ସାହୁ ଏବଂ ଦୀପକ ମହାରଣା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସହ ସମ୍ପାଦକ ଜିତେନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ