ଫିଟ୍ ଇଣ୍ଡିଆ ଅଭିଯାନରେ ସୁସ୍ଥତାର ବାର୍ତ୍ତା

 ପୁରୀ : ବେଳାଭୂମିରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ କଟକ ସ୍ଥିତ ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷଙ୍କ ସହଯୋଗରେ ‘ଫିଟ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦ୍ଘାଟନ କରି ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କହିଥିଲେ ଯେ ଦୈନନ୍ଦିନ ଜୀବନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଓ ନିୟମିତ ଯୋଗ ପ୍ରାଣାୟମ କରିପାରିଲେ ଆମେ ସୁସ୍ଥ ଓ ନିରୋଗ ରହିବା । ଜୀବନକୁ ସୁସ୍ଥ, ନିରୋଗ ଓ ସତେଜ ରଖିବା ସହିତ ମାନସିକ ଓ ଶାରୀରିକ ଶାନ୍ତି ପାଇଁ କ୍ରୀଡ଼ା ଓ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡ଼ା ପ୍ରଶିକ୍ଷକ ସଞ୍ଜୀବ କୁମାର ଶର୍ମା, ବିଷ୍ଣୁପ୍ରସାଦ ମିଶ୍ର, ଲକ୍ଷ୍ମଣ ଡ଼ୋନଙ୍ଗି୍ରି, ଆନ୍ତର୍ଜାତିକ ପାରା କ୍ରୀଡ଼ାବିତ୍ ଜୟନ୍ତୀ ବେହେରା, ମଗାଇ ମାଝୀ, ଶୁଭଶ୍ରୀ ସିଂ ପ୍ରମୁଖ ଯୋଗଦାନ କରି ନିଜକୁ ସୁସ୍ଥ ଓ ଫିଟ୍ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ‘ସାଇ’ର ଉପନିଦେ୍ର୍ଦଶକ ତୈଲୋକନାଥ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଯୋଗଗୁରୁ ଡ଼କ୍ଟର ଅଶୋକ କୁମାର ସ୍ୱାଇଁ, ମାଲଖମ୍ବଗୁରୁ ପ୍ରକାଶ କୁମାର ଗୋଛି, ନୃତ୍ୟଗୁରୁ କୁମାର ଭୀମସେନ୍ ଓ ବାଲୁକାକଳା ଶିଳ୍ପୀ ସନ୍ତୋଷ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ୟାମପ୍ରକାଶ ସେନାପତି ପରିଚାଳନା କରିଥିଲେ ।