ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା 


ାା ପ୍ରଭାନୁ୍ୟଜ୍ାା ପୁରୀ: ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବତନ ରାଷ୍ଟ୍ରପତି ବିଶ୍ୱବିଖ୍ୟାତ ବୈଜ୍ଞାନିକ ଡ଼କ୍ଟର ଏ.ପି.ଜେ. ଅବଦୁଲ୍ କାଲାମ୍ଙ୍କ ଜନ୍ମ ଦିବସର ଅବ୍ୟବହିତ ପୂର୍ବରୁ ବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିଶୁ ସମାଚାରର ସଂପାଦକ ସୁକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୀ ସଦର ଓ ପୌରାଞ୍ଚଳର ୧୨୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଡ଼କ୍ଟର କଲାମଙ୍କ ସର୍ବଶ୍ରେଷ୍ଠ କୃତିକୁ ଚିତ୍ରରେ ରୂପ ଦେଇଥିଲେ । ଡ଼କ୍ଟର କଲାମ ଭାରତର ଗର୍ବ ଓ ଗୌରବ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କନିଷ୍ଠ ବିଭାଗରେ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଶିବାଙ୍ଗୀ ମହାପାତ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଦିବ୍ୟାଂଶୀ ମହାପାତ୍ର ଓ ମଦର୍ସ ପବ୍ଲିକ ସ୍କୁଲର ଛାତ୍ର ସଦ୍ୟାନ୍ତ ଶତପଥୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବରିଷ୍ଠ ବିଭାଗରେ ଡ଼ିଏଭି ପବ୍ଲିକ ସ୍କୁଲର ଛାତ୍ରୀ ସ୍ମୃତି ରେଖା ସାହୁ ଏବଂ ସ୍ମୃତି ମିଶ୍ର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଥିଲେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନୁଷ୍କା ମହାନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟର ଅନିଶା ପଟ୍ଟନାୟକ, ସେଣ୍ଟଜାଭିୟର ହାଇସ୍କୁଲର ଶ୍ରେୟା ମହାନ୍ତି ଓ ଡ଼ିଏଭି ପବ୍ଲିକ ସ୍କୁଲର ପ୍ରୟାଗ ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବିଭାଗରେ ଡ଼ିଏଭି ପବ୍ଲିକ ସ୍କୁଲର ଅରଶିଖା ରଥ ଓ ସ୍ୱିକୃତି ମହାପାତ୍ର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୁରୀ ଜିଲ୍ଲା ସ୍କୁଲର ଶୁଭଶ୍ରୀ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବକ୍ତୃତା ପ୍ରତିଯୋଗିତାର ବିଚାରକ ଥିଲେ ଶିବସୁନ୍ଦର ମିଶ୍ର, ବଜୟ ପଣ୍ଡା, ପ୍ରଦୀପ ରାୟ ଓ କରୁଣାକର ଭୋଳ । ଚନ୍ଦ୍ରଶେଖର ମହାଣା, ଦୁର୍ଗାମାଧବ କର, ସତ୍ୟ ପାଢୀ, ସସ୍ମିତା ମହାରଣା ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଶୁଭଲକ୍ଷ୍ମୀ ଦାସ, ଶୁଭଜିତ ପଣ୍ଡା, ବନିତା ଦିକ୍ଷିତ, ଅନ୍ନପୂର୍ଣ୍ଣା ରଥ ଓ ଅମର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ଅକ୍ଟୋବର ୧୫ ତାରିଖ ବିଶ୍ୱବିଦ୍ୟାର୍ଥୀ ଦିବସରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବ ।