ବଙ୍କରରୁ ମାଓ ଅସ୍ତ୍ର ଜବତ

 ମାଲକାନଗିିରି : ମାଲକାନଗିରି ସୀମାନ୍ତ ବିଜାପୁରର ପାମେଡ ଅଞ୍ଚଳର ମୁରକାରଜଗୁଟ୍ଟା ପାହାଡ଼ରୁ ନକ୍ସଲମାନେ ଲୁଚାଇଥିବା ଗୁଳିଗୋଳା ପୁଲିସ ଉଦ୍ଧାର କରିଛି । ନକ୍ସଲମାନେ ଉକ୍ତ ଡମ୍ପକୁ ଏକ କଂକ୍ରିଟ୍ ନିର୍ମିତ ବଙ୍କରରେ ଲୁଚାଇ ରଖିଥିଲେ । ପୁଲିସ କହିଛି କୋବ୍ରା ୨୦୮ ବାହିନୀ ଦ୍ୱାରା ପାମେଡ ପୁଲିସ ଷ୍ଟେସନ ଅଞ୍ଚଳର ଜିଦପାଲି ଶିବିରରୁ ନକ୍ସଲ ବିରୋଧୀ ଅଭିଯାନରେ ଯାଇଥିଲା । ଅପରେସନ୍ ସମୟରେ, ମୁରକାରାଜାଗୁଟ୍ଟା ପାହାଡ଼ର ଜଙ୍ଗଲରେ ଏକ ବଙ୍କର ଭଳି କୋଠରୀରେ ନକ୍ସଲମାନେ ଲୁଚାଇ ରଖିଥିବା ଅସ୍ତଶସ୍ତ୍ର ଉଦ୍ଧାର କରାଯାଇଥିଲା ।  ଛତିଶଗଡ ପୋଲିସର କହିବା ଅନୁଯାୟୀ, ନକ୍ସଲମାନେ ସିମେଣ୍ଟ ନିର୍ମିତ କଂକ୍ରିଟ୍ ସ୍ଲାବ ତିଆରି ଏକ ବଙ୍କର ଭଳି କୋଠରୀରେ ଅସ୍ତଶସ୍ତ୍ର, ମାଓ ସାମଗ୍ରୀ ଲୁଚାଇ ରଖିଥିଲେ । ବଙ୍କର ଭଳି କୋଠରୀଟି ୨୦ ଫୁଟ ଆକାରର ଥିଲା । ଉପରୋକ୍ତ ବଙ୍କରରୁ ନକ୍ସଲମାନେ ଲୁଚାଇ ରଖିଥିବା ୬ଟି ସୋଲାର ପ୍ଲେଟ, ୬ଟି ଜାରକିନ୍, ୨ଟି ନକ୍ସଲ ୟୁନିଫର୍ମ ଏବଂ ୨ଟି ସିଲିଂ ଫ୍ୟାନ୍ ଉଦ୍ଧାର କରାଯାଇଛି । ପରେ, ସମଗ୍ର ଅଞ୍ଚଳ ଖୋଜାଖୋଜି କରିବା ସମୟରେ, କୋବ୍ରା ଜବାନମାନଙ୍କର ଏକ ଦଳ ମୁରକାରଜଗୁଟ୍ଟାର ପାହାଡ଼ି ଜଙ୍ଗଲରେ ୧୨ଟି ନକ୍ସଲ ଡମ୍ପ ଆଡ୍ଡା ଠାବ କରି ସେଗୁଡ଼ିକୁ ଧ୍ୱଂସ କରିଥିଲେ ।