ଛତିଶଗଡ଼ରେ ମାଓ ହିଂସା


ମାଲକାନଗିରି : ନିର୍ବାଚନ ପୂର୍ବରୁ ଛତିଶଗଡରେ ମାଓ ହିଂସା । ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ଚାରିଟିି ଲୁହା ପଥର ବୋଝେଇ ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଖବର ଅନୁଯାୟୀ, ଶନିବାର ରାତିରେ ଛୋଟେ ଡଙ୍ଗର ଥାନା ଠାରୁ ମାତ୍ର ପାଞ୍ଚ ସହ ମିଟର ଦୂର ମୁଖ୍ୟ ରାସ୍ତା ଉପରେ ଏହି ଚାରିଟି ଟ୍ରକରେ ନିଆଁ ଲଗାଇଥିଲେ ମାଓବାଦୀ । ଆମଦାଇ ଲୁହା ପଥର ଖଣିକୁ ପୁର୍ବରୁ ବିରୋଧ କରି ଆସୁଛନ୍ତି ମାଓବାଦୀ । ତେବେ ହିଂସାକାଣ୍ଡ ପରେ ଡିଆରଜି ଓ ବିଏସ୍ଏଫ ବାହିନୀ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଥିବା ନେଇ ନାରାୟଣପୁର ଏସପିଙ୍କ ପକ୍ଷରୁ ସୂଚନା ମିଳିଛି ।