ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଦୌରା ଜର୍ଜ ଡ.ପ୍ରସନ୍ନ କୁମାର ପଣ୍ଡା ଆଜି ଏକ ହତ୍ୟା ମାମଲାର ଶୁଣାଣି କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଗ୍ରାମର ମୁକୁନ୍ଦ କନ୍ତେରିଙ୍କୁ ତାଙ୍କ ପନôୀ ମଙ୍ଗୁଳିଙ୍କ ସମ୍ମୁଖରେ ଉକ୍ତ ଗ୍ରାମର ୫ ଜଣ ବ୍ୟକ୍ତି ଗୁଣୀଗାରେଡି ସନେ୍ଧହରେ ଗତ ୨୦୨୦ ମସିହା ଫେବ୍ରୁଆରି ମାସରେ ହତ୍ୟା କରି ମର ଶରୀରକୁ ପୋଡି ଦେଇଥିଲେ । ଏହାକୁ ନେଇ ମୃତକଙ୍କ ପରିବାର ମୋଟୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ମୋଟ ୫ ଜଣ ଯଥା ଲବକୁଶ କନ୍ତେରି, ସୋମନାଥ ଜାଲା, ସୁକୁ ଜାଲା, ଶଙ୍କର ମାଝୀ ଓ ମଙ୍ଗୁ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାଟି ବିଚାରଧୀନ ଥିବା ବେଳେ ଆଜି ଜିଲ୍ଲା ଜର୍ଜ ଡ. ପ୍ରସନ୍ନ କୁମାର ପଣ୍ଡା ୧୦ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।