ଗାୟତ୍ରୀ ପ୍ରଜ୍ଞା ପୀଠରେ ନିଃଶୁଳ୍କ ବ୍ରତୋପନୟନ

 ମାଲକାନଗିରି : ମାଲକାନଗିରି ୧୧୯ କଲୋନୀ ସ୍ଥ ଗାୟତ୍ରୀ ପ୍ରଜ୍ଞା ପୀଠରେ ନିଶୁଳ୍କ ବ୍ରତୋପନୟନ ଓ  ଗର୍ଭଉସôବ ସଂସ୍କାର କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ମାଲକାନଗିରି ସହରର ଜଗଦୀଶ ଗନ୍ତାୟତଙ୍କ ପୁତ୍ର ୟସରାଜ ଗନ୍ତାୟତଙ୍କ ରୀତିନୀତି ଅନୁସାରେ ବ୍ରତୋପନୟନ ସଂସ୍କାର କାର୍ଯ୍ୟକ୍ରମ ନିଶୁଳ୍କ ଭାବେ କରା ଯାଇଛି । ଏହା ବ୍ୟତିତ ଗର୍ଭସ୍ଥ ଶିଶୁକୁ ପ୍ରଖର, ପ୍ରତିଭାଶାଳୀ, ବୁଦ୍ଧିମାନ, ସୁଯୋଗ୍ୟ, ଶାରୀରିକ, ବଦ୍ଧିକ, ସଂସ୍କାର, ସୁସ୍ଥ, ସବଳ ନିମନ୍ତେ ଗର୍ଭବତୀ ଦୁଇଜଣ ମହିଳାଙ୍କର ଗର୍ଭଉସôବ ସଂସ୍କାର କାର୍ଯ୍ୟକ୍ରମ କରା ଯାଇଥିଲା । ଗାୟତ୍ରୀ ପୀଠର ମୁଖ୍ୟ ପୁରୋଧା ମିହୀର ପାଢ଼ୀ ଓ ଅନ୍ୟ ଗାୟତ୍ରୀ ଦୀକ୍ଷିତ ଭାଇ ଓ ଭଉଣୀ ମାନେ ଏହି ସଂସ୍କାର କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଗାୟତ୍ରୀ ପୀଠ ପକ୍ଷରୁ ସମସ୍ତଙ୍କ ପାଇଁ ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।