ବେଆଇନ ଗାଡି ଯାଞ୍ଚ ପ୍ରତିବାଦରେ ଚକା ବନ୍ଦ ଆନେ୍ଦାଳନ
ମାଲକାନଗିରି : ଗାଡିର କାଗଜ ପତ୍ର ଠିକ ଥିବା ବେଳେ ବେଆଇନ ଯାଞ୍ଚ ସହ ବିଭିନ୍ନ ସମୟରେ ବାରମ୍ବାର ଗାଡି ଗୁଡିକୁ ଅଟକାଇ ହଇରାଣ କରାଯାଉଥିବା ପ୍ରତିବାଦରେ ମାଲ୍ୟବନ୍ତ ଟିପ୍ପର ମାଲିକ ସଂଘ ପକ୍ଷରୁ ଆଜିଠାରୁ ଚକା ବନ୍ଦ ଆନେ୍ଦାଳନ ଆରମ୍ଭ କରାଯାଇଛି । ମାଲକାନଗିରି ଜିଲ୍ଲା ସଦରରେ ଥିବା ବଡ଼ଯାତ୍ରା ପଡିଆ ଠାରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଟିପ୍ପର ଗାଡି ରଖି ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ଧରଣାରେ ଦେଇଛନ୍ତି ଟିପ୍ପର ମାଲିକ ଓ କର୍ମଚାରୀ ମାନେ । ଓଡିଶା ଦିବସ ଥିବାରୁ ଆନେ୍ଦାଳନ ସ୍ଥଳରେ ବନେ୍ଦ ଉକôଳ ଜନନୀ ସଙ୍ଗୀତ ଗାନ କରି ଓଡିଶା ଦିବସ ପାଳିବା ସହ ଏହି ଆନେ୍ଦାଳନ ଜାରି ରହିଥିବା ବେଳେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଚକା ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ମାଲ୍ୟବନ୍ତ ଟିପ୍ପର ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ସମସ୍ତ ଟିପ୍ପର ବନ୍ଦ ଥିବାରୁ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସ୍ଥଳକୁ ନିର୍ମାଣ ସାମଗ୍ରୀ ଯାଇ ପାରୁନଥିବାରୁ କାର୍ଯ୍ୟରେ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି । ଜିଲ୍ଲା ଟିପ୍ପର ମାଲିକ ଓ ଟିପ୍ପର ଡ୍ରାଇଭର ମାନେ କହିଛନ୍ତି ଯେ, ବିଭିନ୍ନ ସମୟରେ ଜିଲ୍ଲାର ମାଇନ୍ସ ବିଭାଗ, ତହସିଲ ବିଭାଗ ତଥା ପୋଲିସ ବିଭାଗ ପକ୍ଷରୁ ରାସ୍ତାରେ ଗାଡି ଯାଞ୍ଚ କରି ସଠିକ କାଗଜ ପତ୍ର ଥିବା ସତ୍ତ୍ୱେ ମଧ୍ୟ ଡ୍ରାଇଭର ମାନଙ୍କୁ ହାଇରାଣ ହରକତ କରୁଥିବା ସହ କେସ ଦାୟର କରୁଥିବା ତଥା ଲକ୍ଷ ଲକ୍ଷ ଟଙ୍କା ଫାଇନ ଆଦାୟ ଅଭିଯୋଗ କରିଛନ୍ତି । ଏହି ଆନେ୍ଦାଳନର ପ୍ରଥମ ଦିନରୁ ହିଁ ଅନେକ ଉନ୍ନୟନ ମୂଳକ ଲୋକଙ୍କ ବ୍ୟକ୍ତିଗତ କାର୍ଯ୍ୟ ଏକ ପ୍ରକାର ଧିମା ହୋଇଥିବା ବେଳେ ଆଗକୁ ଏହି ଆନ୍ଦୋଳନ ଜାରି ରହିଲେ ଜିଲ୍ଲାରେ ସମସ୍ତ ନିର୍ମାଣ କାର୍ଯ୍ୟ ଠପ ହୋଇଯିବ ବୋଲି ଅନୁମାନ କରାଯାଉଛି । ଏହି ଆନ୍ଦୋଳନରେ ମାଲ୍ୟବନ୍ତ ଟିପ୍ପର ମାଲିକ ସଂଘର ସନ୍ତୋଷ କୁମାର ରାଉତ, ନବଘନ ଲୋକେଇ, ବୁନା ରାଓ, ପ୍ରଭାକର ପ୍ରଧାନ, ଲଳିତ ସୋମାନି, ସୁରଜିତ ନନ୍ଦୀ, ମୁନା ପାତ୍ର, ପି. ରାମାରାଓ, ଜି. ଶ୍ୟାମ ସୁନ୍ଦର, ରାଜା ପାତ୍ର, ବାସୁଦେବ ରାଓ, ଗୋବିନ୍ଦ ଚନ୍ଦ୍ର ନାୟକ, ନିଶିକାନ୍ତ ପଣ୍ଡା ପ୍ରମୂଖଙ୍କ ସହ ଶତାଧିକ ଟିପ୍ପର ମାଲିକ ଓ ଡ୍ରାଇଭର ମାନେ ଉପସ୍ଥିତ ଥିଲେ ।