ବଙ୍କରରେ ଖାମେନେଇ


 ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ ଲଢ଼େଇରେ ଆମେରିକା ଧସେଇ ପଶିବାରୁ ସତର୍କ ହୋଇଯାଇଛି ଇରାନ୍  । ଇରାନ୍ର ସୁପ୍ରିମ୍ ନେତା ଆୟୋତୋଲ୍ଲା ଖାମେନେଇଙ୍କୁ ବଙ୍କର ଭିତରେ ଲୁଚେଇ ରଖାଯାଇଛି  । ଗୁପ୍ତ ସୁରକ୍ଷା ବଳୟ ଭିତରେ ସେ ଅଛନ୍ତି  । ଏମିତିକି ଏ ବିଷୟରେ ତାଙ୍କର ରିଭଲୁ୍ୟସନାରୀ ଗାର୍ଡ଼ ମଧ୍ୟ ଟେର ପାଇନାହାନ୍ତି  । ଖାମେନେଇଙ୍କ ସୁରକ୍ଷା ଦାୟିତ୍ୱ ଇଲାଇଟ ୟୁନିଟ୍ ହାତରେ ରହିଛି  । ଇରାନ୍ରେ ବି ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସ୍ୱତନ୍ତ୍ର ବଡ଼ିଗାର୍ଡ଼ମାନେ ରହିଛନ୍ତି  । ଅପରପକ୍ଷରେ ଖାମେନେଇଙ୍କୁ ମାରିବା ପାଇଁ ଇସ୍ରାଏଲର କିଛି ଏଜେଣ୍ଟ ଇରାନରେ ସକ୍ରିୟ ରହିଛନ୍ତି  । ୧୯୮୯ରୁ ଇରାନକୁ ଶାସନ କରି ଆସୁଥିବା ଏହି ୮୬ ବର୍ଷୀୟ ନେତାଙ୍କୁ ହଟାଇବା ପାଇଁ ଆମେରିକା ବି ଷଡ଼ଯନ୍ତ୍ର କରିଛି  । ଖାଲି ସେତିକିନୁହେଁ ଖାମେନେଇ କାହାସହ ମୋବାଇଲରେ କଥା ହେଉନଥିବାବେଳେ କୌଣସି ପ୍ରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବି ବ୍ୟବହାର କରୁନାହାନ୍ତି  । କାଳେ କିଏ ତାଙ୍କର ଲୋକେସନ୍ ଜାଣିପାରିବ ସେନେଇ ସେ ପଦକ୍ଷେପ ନେଇଛନ୍ତି  । ଗତ ସପ୍ତାହରେ ୧୧ ବରିଷ୍ଠ ମିଲିଟାରୀ ଅଫିସର ଓ ୧୪ ଆଣିବକ ବିଜ୍ଞାନୀଙ୍କୁ ମଧ୍ୟ ହତ୍ୟା କରାଯାଇଛି  । ଖାମେନେଇଙ୍କୁ କ୍ଷମତାଚୁ୍ୟତ କଲେ ଏହି ଲଢ଼େଇର ଅବସାନ ଘଟିବ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି  । ତାଙ୍କୁ ଆଧୁନିକ ହିଟଲର ବୋଲି ଇସ୍ରାଏଲ ଅଭିହିତ କରିଛି  ।