ଆଇଟି କମ୍ପାନୀ ମାଲିକଙ୍କ ମହାନତା କର୍ମଚାରୀଙ୍କୁ ଦେଲେ କାର ଓ ବାଇକ ଗିପ୍ଟ
ାା ଏଜେନ୍ସି ।ା ଚେନ୍ନାଇ: ଦୁର୍ଗାପୂଜା ଏବଂ ଦୀପାବଳି ଆସିଲେ ସରକାରୀ ହୁଅନ୍ତୁ ଅବା ବେସରକାରୀ କର୍ମଚାରୀଙ୍କ ମନରେ ଏକ ପ୍ରକାର ଆନନ୍ଦ ଥାଏ । କାରଣ ଅଫିସରୁ ବୋନସ୍ କିମ୍ବା କିଛି ଗିଫ୍ଟ ମିଳିବ । ବୋନସର ଏହି ଖୁସି ମଧ୍ୟରେ ଚେନ୍ନାଇର ଏକ କମ୍ପାନୀ ସମସ୍ତଙ୍କୁ ଚକିତ କରିଦେଇଛି । କାରଣ କମ୍ପାନୀ ତାର କର୍ମଚାରୀଙ୍କୁ ଦେଇଛି କାର୍ ଓ ବାଇକ୍ ଉପହାର । ଜଣେ ନୁହେଁ କି ଦୁଇ ଜଣ, ୧୦୪ ଜଣ କର୍ମଚାରୀଙ୍କୁ ଗାଡ଼ÿି ଗିଫ୍ଟ କରିଛି କମ୍ପାନୀ । ଅୟୁଦ୍ଧ ପୂଜା ଉପଲକ୍ଷେ ଚେନ୍ନାଇର ଏକ ଷ୍ଟ୍ରକ୍ଚର ଡିଜାଇନ କମ୍ପାନୀ କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଇଛି । ଦକ୍ଷିଣ-ଭାରତରେ ଅୟୁଦ୍ଧ ପୂଜା ଏକ ପ୍ରସିଦ୍ଧ ପର୍ବ । ନବରାତ୍ର ଅବସରରେ ଏହି ପର୍ବ ପାଳନ କରାଯାଏ ।
କମ୍ପାନୀର ମାଲିକ ଶ୍ରୀଧର କନ୍ନନ ଅଫିସରେ ଅୟୁଦ୍ଧ ପୂଜା ପାଳନ ପାଇଁ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମକୁ କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ଏହି ସମୟରେ କର୍ମଚାରୀଙ୍କୁ ଏପରି ସୁନ୍ଦର ଉପହାର ପ୍ରଦାନ କରିଛନ୍ତି ।
କମ୍ପାନୀ ମାଲିକ କନ୍ନନଙ୍କ କହିବାନୁସାରେ, କମ୍ପାନୀ ୨୦୦୫ରେ ମାତ୍ର ଚାରିଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା । ବର୍ତ୍ତମାନ ୧୮୦ ଜଣ କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦ ଜଣ କର୍ମଚାରୀଙ୍କୁ କାର୍ ଏବଂ ୭୪ ଜଣଙ୍କୁ ସ୍କୁଟି ଦିଆଯାଇଛି । ଅନ୍ୟମାନଙ୍କୁ ଆଗାମୀ ଦିନରେ ଗିଫ୍ଟ ଦିଆଯିବ । କମ୍ପାନୀ ମାଲିକ କହିଛନ୍ତି, ଯେଉଁମାନେ କମ୍ପାନୀରେ ୯ ବର୍ଷରୁ ଅଧିକ ଦିନ ହେବ କାମ କରି ଆସୁଛନ୍ତି ସେମାନଙ୍କୁ କାର୍ ଗିଫ୍ଟ କରାଯାଇଛି । ସେହିପରି ଯେଉଁମାନେ ସାତ ବର୍ଷ ହେଲା କାମ କରୁଛନ୍ତି ସେମାନଙ୍କୁ ବାଇକ୍ ଦିଆଯାଇଛି । ଆମ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଜୀବନଶୈଳୀ ଅତ୍ୟନ୍ତ ସାଧାରଣ । ତେଣୁ ସେମାନଙ୍କୁ ଏକ ଉନ୍ନତ ଜୀବନଶୈଳୀ ଦେବା ଉଦେ୍ଦଶ୍ୟରେ ଆମେ କାର୍ ଏବଂ ବାଇକ୍ ଗିଫ୍ଟ କରିବାକୁ ସ୍ଥିର କରିଥିଲୁ । କାହିଁକିନା ସେମାନେ କମ୍ପାନୀ ଏବଂ ମୋ ଉପରେ ସର୍ବଦା ବିଶ୍ୱାସ କରି ଆସିଛନ୍ତି । ସେ ଆହୁରି କହିଛନ୍ତି ଯେ, କମ୍ପାନୀ ମଧ୍ୟ ବିବାହ ସମୟରେ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଥାଏ । ବିବାହ ସମୟରେ ପୂର୍ବରୁ କର୍ମଚାରୀଙ୍କୁ ୫୦ ହଜାର ଟଙ୍କା ଦିଆ ଯାଉଥିଲା । ଚଳିତ ବର୍ଷଠାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସୂଚନା ଅନୁସାରେ, କମ୍ପାନୀ ମୋଟ ୩.୫ କୋଟି ଟଙ୍କା ମୂଲ୍ୟର କାର ଏବଂ ବାଇକ୍ ଦେଇଛି । ଏହି ଫାର୍ମର ଡିଟେଲିଂ ସଲୁ୍ୟସନ୍ସ ଟିମରେ କାମ କରୁଥିବା ପ୍ରାୟ ୩୦ ଜଣ କର୍ମଚାରୀଙ୍କୁ ଇନୋଭା, ଏକ୍ସଟର, କ୍ରେଟା, ଆଇ୨୦, ମର୍ସିଡିଜ୍ ବେଞ୍ଜ୍, ବ୍ରେଜା ଏବଂ ଏର୍ଟିଗା ଭଳି କାର ଉପହାର ଦିଆଯାଇଛି ।