ବଜ୍ରପାତରେ ଜଣେ ମୃତ, ୨ ଆହତ

 କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ କୋଡିପଶା ଡ୍ୟାମ ତଟରେ ଗାଧୋଇବାକୁ ଯାଉଥିବାବେଳେ ବଜ୍ରପାତ ହେବାକୁ ଜଣେ ମୃତୁ୍ୟବରଣ କରିଥିବାବେଳେ ୨ ଜଣ ଆହତ ହୋଇଛନ୍ତି । କେନ୍ଦୁଝର ସହର ରୁ ୩ଜଣ ସାଙ୍ଗ ଏକ ସ୍କୁଟିରେ ଗାଧୋଇବାକୁ କୋଡିପଶା ଡ୍ୟାମକୁ ଯାଇଥିଲେ । ଡ୍ୟାମ ତଟରେ ସ୍କୁଟି ଗାଡି ରଖି ଗାଧୋଇବାକୁ ଯିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜନାର୍ଦ୍ଦନପୁର ଗ୍ରାମର ତେଜସ କୁମାର ସାହୁ(୧୫) ମୃତୁ୍ୟବରଣ କରିଥିବାବେଳେ ବୈଦରାଜ ସାହିର ସମୀତ ରଣସିଂହ(୧୭) ଏବଂ ଢାଙ୍କୁଣିଆ ସାହିର ଅଂଶୁ ନାଏକ(୧୬) ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିସôାଳୟରେ ଚିକିସôାଧିନ ହେଉଛନ୍ତି । ଏ ନେଇ ଟାଉନ ଥାନାରେ କେସ ନମ୍ବର ୮୦/୨୦୨୫ରେ ଏକ ମାମଲା ରୁଜୁ ହୋଇଛି ।