ଶିଶୁବାଟିକା ବିଭାଗର ବାର୍ଷିକକ୍ରୀଡା ଉତ୍ସବ

 କେନ୍ଦୁଝର: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ ଠାରେ ଶିଶୁବାଟିକା ବିଭାଗର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ବରିଷ୍ଠ ଉପସ୍ଥାପିକା ତଥା ବିଶିଷ୍ଟ ସାହିତି୍ୟକା ଇନ୍ଦୁମତୀ ପାତ୍ର ଯୋଗଦେଇ କ୍ରୀଡା କିପରି କୋମଳମତି ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ଭରିଦିଏ ତଥା ଶୃଙ୍ଖଳା ଓ ପରସ୍ପର ସହଯୋଗର ଶିକ୍ଷା ଦିଏ ତାହା ପ୍ରତିପାଦନ କରିଥିଲେ । ବିଦ୍ୟ ।ା ଳୟର ସଂପାଦକ ସୁଂଧାଶୁ ଶେଖର ପଣ୍ଡା ଶିଶୁଙ୍କ ସର୍ବାଙ୍ଗୀନ ବିକାଶରେ କ୍ରୀଡା ଏକ ପ୍ରମୁଖ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଶିଶୁବାଟିକା ପ୍ରମୁଖ ବିଜୟିନୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିଶୁପ୍ରାରମ୍ଭ ଶ୍ରେଣୀର ବେଲୁନ ଦୌଡ, ବଲ ଦୌଡ ଶିଶୁବୋଧ ଶ୍ରେଣୀର ବଲଫିଙ୍ଗା, ସଂଗ୍ରହ ଦୌଡ ହେବା ସହ ଶିଶୁମାନଙ୍କ ମାଆ ମାନଙ୍କର ଗଣବେଶ ସଜ୍ଜା ପ୍ରତିଯୋଗୀତା ହୋଇଥିଲା । ବିଜେତା ମା’ ମାନଙ୍କୁ ପୁରସ୍କୃତ କରାଯିବା ସହ ସମମସ୍ତ ପ୍ରତିଭାଗୀ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା  । ଏଥିରେ ୨୧୫ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ । ସମାରୋହରେ ପ୍ରାତଃ ଅଧିବେଶନ ପ୍ରମୁଖ ଦୟାନିଧି ମହାନ୍ତ, ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଶିଶୁବାଟିକା ଗୁରୁଜୀଗୁରୁମା ପରିଚାଳନା କରିଥିଲେ ।