ନାବାଳିକା କୁକର୍ମ ଉଦ୍ୟମକାରୀ ଯୁବକକୁ ୨ବର୍ଷ ଜେଲ ଦଣ୍ଡାଦେଶ
ାା ପ୍ରଭାନୁ୍ୟଜ ।ା କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଆଜି ଏକ ନାବାଳିକାକୁ କୁକର୍ମ ଉଦ୍ୟମ କରିଥିବା ବଡବିଲ ଥାନା ଅନ୍ତର୍ଗତ ସାଧୁସିଂ ହଟିଙ୍ଗ ର ଜଣେ ବିବାହିତ ୨୭ ବର୍ଷ ବୟସ୍କ ଯୁବକ ପୂର୍ଣ୍ଣ ତନ୍ତିକୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ୧୨/୨/୨୦୨୦ ତାରିଖ ଦିନ ୯ଟାରେ ନାବାଳିକା ଓ ତାର ସାନଭଉଣୀ ଏବଂ ଗାଁର କିଛି ଯୁବତୀ ଓ ଆସାମୀ ଏବଂ ଆସାମୀଙ୍କ ସ୍ତ୍ରୀ ସହ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ନାବାଳିକାକୁ ଏକୁଟିଆ ପାଇ ଜଙ୍ଗଲରେ ନାବାଳିକାକୁ କୁକର୍ମ ଉଦ୍ୟମ କରିବା ସମୟରେ ନାବାଳିକା ଚିକôାର କରିବାରୁ ସମସ୍ତେ ସେଠାରେ ଏକତ୍ରିତ ହେବାରୁ ନାବାଳିକା କାନ୍ଦି କାନ୍ଦି ସମସ୍ତଙ୍କୁ ଘଟଣା ବିଷୟରେ କହିଥିଲା । ଏହାପରେ ବଡବିଲ ଥାନାରେ ଏତଲା ହୋଇଥିଲା । ଏହାକୁ ପୁଲିସ ଅନୁସନ୍ଧାନ କରି ଆସାମୀକୁ ଜେଲ ପଠାଇବା ସହ ତା’ ନାମରେ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା । ଆଜି ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ବିଚାରପତି ବିଜୟ କୁମାର ମିଶ୍ର ଉପରୋକ୍ତ ରାୟ ପ୍ରକାଶ କରିବା ସହ ପୀଡିତାକୁ ୧ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
