ମାନସିକ ଅନଗ୍ରସର ଶିଶୁଙ୍କ ଚିକିତ୍ସା ଶିବିର

 ବ୍ୟାସନଗର: ରବିବାର ଆଧ୍ୟାତ୍ମିକ ଗୁରୁ ଗଗନ ଗୁରୁଜୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଷ୍ଟାଡିଅମ ରୋଡ଼ ଦତତ୍ରୋୟ ଶାନ୍ତି ତପୋବନ ପରିସରରେ ଜନ୍ମରୁ ମାନସିକ ଅନଗ୍ରସର ଦୁର୍ବଳ, ବାଧିତ ଶିଶୁଙ୍କ ପାଇଁ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମାନସିକ ଅନଗ୍ରସରଙ୍କ ପାଇଁ ଦେଶ ତଥା ଦେଶ ବାହାରେ ଚିକିତ୍ସା ଯୋଗାଉଥିବା ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଡାକ୍ତର ସୁବ୍ରତ କୁମାର ମାଝୀ ଭୁବନେଶ୍ୱରୁ ଆସି ଶତାଧିକ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଇଥିଲେ । ସକାଳ ୯ଘଟିକା ଠାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଶିବିର ଚାଲୁ ରହିଥିଲା । କାର୍ଯ୍ୟକ୍ରମରେ ଗୋବିନ୍ଦ ଜେନା, ମାୟାଧର ମଲ୍ଲିକ, ତପନ ନାୟକ ପ୍ରଦୀପ୍ତ ରାଉତ ସୁବାସ ବଳ ଡ.ଦେବସ୍ମିତା ସାହୁ, ରମେଶ ଅଗ୍ରୱାଲ, ଦୀପକ ଦାସ, ଶୁଭେନ୍ଦୁ ନାୟକ, ରଶ୍ମିରଞ୍ଜନ ରାଜ, ଗୌରୀଶଙ୍କର ଅଗ୍ରୱାଲ, ଅନିରୁଦ୍ଧ ମହାନ୍ତି, ଭାନୁ ପ୍ରସାଦ ଅଗ୍ରୱାଲ, ଜ୍ଞାନେନ୍ଦ୍ର ନାୟକ, ଜିତେନ୍ଦ୍ର ରାଉତ, ପ୍ରଶାନ୍ତ ଖୁଂଟିଆ, ସିଦ୍ଧାର୍ଥ ସାମଲ, ପ୍ରିୟବ୍ରତ ନାୟକ, ଜିତେନ୍ଦ୍ର କୁମାର ବେହୁରା, ହାପିନ୍ଦ୍ର କୁମାର ବଳ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ ।