ବଢ଼ିଲା ବିଦ୍ୟାଭାରତୀ ପଣ୍ଡାଙ୍କ ଅଡୁଆ
ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ଝଟ୍କା ଲାଗିଛି। ଉଭୟଙ୍କ ପିଟିଶନ ଖାରଜ ହୋଇଯାଇଥିବାବେଳେ ହତ୍ୟା ମାମଲା ଚାଲୁ ରହିବ ବୋଲି ହାଇକୋର୍ଟ କହିଛନ୍ତି। ରୋଷେୟା ମନ୍ତଥ କୁମ୍ଭଙ୍କ ନାଁରେ ମଧ୍ୟ ହତ୍ୟା ମାମଲା ଚାଲିବ। SDJMଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉଭୟେ ହାଇକୋର୍ଟ ଆସିଥିଲେ।