ବଦଳିବ ଭାରତର ମାନଚିତ୍ର
ବିଗତ ବର୍ଷମାନଙ୍କରେ ଭାରତକୁ କେତେ ଛୋଟ କରାଯାଇ କ୍ଷମତା ଦଖଲ କରିହେବ ସେହି ଷଡଯନ୍ତ୍ରରେ ଅନେକ ଲୋକ ରହିଆସିଥିଲେ । ଯେମିତି ପାକିସ୍ଥାନ ଗଠନକୁ ସ୍ୱୀକୃତି ପ୍ରଦାନ କରି ଭାରତରେ ନିଜ କ୍ଷମତା ·ହୁଁଥିଲେ ନେହେରୁ । ସେଥିପାଇଁ ବ୍ରିଟିସ ବାହିନୀ ଭାରତକୁ ସ୍ୱାଧୀନତା ପ୍ରଦାନ ନକରି କ୍ଷମତା ହସ୍ତାନ୍ତରଣର ଗୋପନୀୟ ଦଲିଲ ପ୍ରସ୍ତୁତ କରିଥିଲା ଯାହାକି ୨୦୪୭ରେ ହିଁ ଲୋକଲୋଚନକୁ ଆସିବ । ଭାରତର ଲୋକଙ୍କୁ ଘୃଣା କରୁଥିବା (ବିଶେଷ କରି ହିନ୍ଦୁମାନଙ୍କୁ) ବ୍ରିଟେନ ରାଜନେତାମାନେ ଭାରତକୁ ବିଭାଜିତ କରି ଛୋଟ ଛୋଟ ଦେଶଗୁଡିଏ ଭାରତ ·ରିପଟେ ସୃଷ୍ଟିକଲେ, ଭବିଷ୍ୟତରେ ସେମାନଙ୍କୁ ହାତବାରିସୀ କରି ଭାରତକୁ ଯେମିତି ଦୁର୍ବଳ କରିପାରିବେ । ବ୍ରିଟେନ ସରକାର ବାରମ୍ବାର ସେହିକାର୍ଯ୍ୟ ପାକିସ୍ଥାନ ମାଧ୍ୟମରେ ଭାରତରେ ଆଜି ପର୍ଯ୍ୟନ୍ତ କରିଆସିଛନ୍ତି । ଅପରପକ୍ଷେ ପାକ୍ ନେତାମାନଙ୍କ ଲୁଟ ଅର୍ଥ ବ୍ରିଟେନରେ ବଙ୍ଗଳା ଏବଂ ବ୍ୟବସାୟରେ ନିବେଶ କରାଯାଇଛି । ସନ୍ତ୍ରାସବାଦୀମାନଙ୍କୁ ବ୍ରିଟେନରେ ଭାରତ ବିରୋଧୀ କାର୍ଯ୍ୟ କରିବାଲାଗି କୋହଳ ମନୋଭାବ ପୋଷଣ କରାଯାଉଛି । ଯାହାର ଫଳସ୍ୱରୂପ ଏସ୍ ଜୟଶଙ୍କରଙ୍କ ଗସ୍ତକାଳରେ ଲଣ୍ଡନଠାରେ ଖାଲିସ୍ଥାନୀ ଲୋକେ ନାରାବାଜୀ କରି ଭାରତର ଜାତୀୟ ପତାକାକୁ ଚିରିବାକୁ ସାହସ ମଧ୍ୟ କରିପାରିଲୋ ନିମନ୍ତ୍ରିତ ଅତିଥିଙ୍କୁ ସୁରକ୍ଷା ଦେବାପାଇଁ ବ୍ରିଟେନର କେତେ ଅଧିକ କୁଣ୍ଠା ରହିଛି ତାହା ଏହି ଘଟଣାରୁ ବେଶ୍ ସ୍ପଷ୍ଟ । କିନ୍ତୁ ଯେସାକୁ ତେସା ନ୍ୟାୟରେ ଜୟଶଙ୍କର ମଧ୍ୟ ବ୍ରିଟେନ ମାଟିରେ ପାକ୍ ସାମ୍ବାଦିକଙ୍କୁ ପାକ୍ ଅଧିକୃତ କାଶ୍ମୀର ଭାରତ ହାତକୁ ଆସିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରକାଶ କରିଛନ୍ତି ।
ଭାରତର ବିଦେଶମନ୍ତ୍ରୀଙ୍କ ମନ୍ତବ୍ୟରୁ କିଛିଟା ଯୋଜନା ସ୍ପଷ୍ଟ ବାରି ହେଉଛି । ତା’ହେଲା ଯେ ଆଗାମୀ ଦିନରେ ସରକାର ଦେଶଠାରୁ ବିଶ୍ୱ ଯାଏଁ ଗିଲଗିଟ ବଲଟିସ୍ଥାନକୁ ଭାରତରେ ସାମିଲ କରିବାପାଇଁ ଖୋଲା ଆହ୍ୱାନ ଦେବେ । ପାକ୍ ସରକାର ଉପରେ ·ପ ପ୍ରୟୋଗ କରି ଏଥିପାଇଁ କାଶ୍ମୀରର ଦୁଇଅଂଶରେ ବାତାବରଣ ସୃଷ୍ଟି କରିବେ, ଯାହା ଏବେ ଆରମ୍ଭ ହୋଇଛି । କାଶ୍ମୀର ବିଧାନସଭାରେ ବିଭାଜିତ କାଶ୍ମୀରକୁ ମିଶ୍ରଣ ପାଇଁ ଦାବି ଉଠିବା ସହ ଆଲୋଚନା ମଧ୍ୟ ହୋଇଛି । କାଶ୍ମୀରର ଏକତ୍ରୀକରଣ ହଲେ କଣ ଲାଭ ହେବ ସେ ବିଷୟରେ ଜନପ୍ରତିନିଧିଗଣ ମଧ୍ୟ ଆଲୋଚନା କରିଛନ୍ତି । ପାକ୍-ଅଧିକୃତ କାଶ୍ମୀରକୁ କାଶ୍ମୀର ସହ ମିଶ୍ରଣ କରିବାକୁ ଭାରତ ସରକାରଙ୍କ ଇଛା ରହିଛି । ସେଥିପାଇଁ ବିଦେଶମନ୍ତ୍ରୀ ଜୟଶଙ୍କର ଆଗାମୀ ଦିନରେ କାଶ୍ମୀରର ଅଂଶ ଭାରତ ସହ ମିଶିଲେ ହିଁ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସ୍ପଷ୍ଟତାର ସହ କହିଛନ୍ତି ।
ଭାରତ ସରକାର ଚୀନର ବିସ୍ତାରବାଦୀ ନୀତିକୁ ଗତ ସତୁରି ବର୍ଷ ହେବ ଦେଖିଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ଅଧିକ ପ୍ରସାର ପାଇଁ ବର୍ତ୍ତମାନର ଚୀନ ସରକାରଙ୍କ ଯୋଜନା ରହିଥିବା ଜାଣିବା ପରେ ଭାରତ ମଧ୍ୟ ସମାନ ଢଙ୍ଗରେ ଚୀନକୁ ପ୍ରତିହତ କରିବା ପାଇଁ ଯୋଜନା କରୁଛି । ଫଳସ୍ୱରୂପ ଭୁଟାନକୁ ଭାରତର ଏକ ପ୍ରଦେଶ ଭାବେ ସାମିଲ କରିବାଲାଗି ଉଦ୍ୟମ ଜାରିରହିଛି । କାରଣ ପ୍ରତିବର୍ଷ ଭାରତର ବଜେଟରୁ ପଡୋଶୀ ରାଷ୍ଟ୍ରକୁ ଯାଉଥିବା ସର୍ବାଧିକ ସହାୟତା ଭୁଟାନ ହିଁ ପାଇଆସିଛି । ସଂପ୍ରତି ଭୁଟାନର ସରକାର ଏବଂ ରାଜପରିବାର ସହ ସରକାରଙ୍କ ଉତ୍ତମ ସଂପର୍କ ରହିଥିବା ହେତୁ ଏହା ହେଲେ ଆଗାମୀ ଦିନରେ ହିମାଳୟ ପାଦଦେଶରେ ଏବଂ ଡୋକଲାମ ଅଞ୍ଚଳରେ ଭାରତର ସ୍ଥିତି ମଜଭୁତ ହୋଇପାରିବ । ନଚେତ ତିବ୍ଦତ ପରି ଭୁଟାନର ଅବସ୍ଥା ହେବ । ଚୀନ ଉତ୍ତର ଭୁଟାନର ସୀମାରେ ଧୀରେ ଧୀରେ ଜନବସତି ଗଢି ଗଢି ଭୁଟାନର ସୀମାକୁ ସଂକୁଚିତ କରିବାରେ ଲାଗିଛି । ଭୁଟାନ ସୀମାକୁ ଅଧିକ ସୁରକ୍ଷିତ ରଖିବାକୁ ଭୁଟାନ ସେନା ସମର୍ଥ ନୁହନ୍ତି ବୋଲି ସେଠାକାର ସରକାରଙ୍କୁ ଜଣାଅଛି । ସୁରକ୍ଷାର ଗ୍ୟାରେଣ୍ଟି ନେଇ ସ୍ୱାୟତ୍ତ ଶାସିତ ପ୍ରଦେଶ ଭାବେ କିଛି ବର୍ଷ ରହିବା ପରେ ଭୁଟାନର ସିକିମ୍ପରି ମିଶ୍ରଣ ସମ୍ଭବ ହୋଇପାରିବ,ଏଥିରେ କିଛି ଅସୁବିଧା ନାହିଁ । ଆଗାମୀ ଦିନରେ ଭାରତର ଛୋଟ ପଡୋଶୀ ରାଷ୍ଟ୍ରକୁ ଅସ୍ଥିର କରିବାକୁ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ ହେବାର ଅଧିକ ସମ୍ଭାବନା ରହିଥିବା ହେତୁ ଭାରତ ସରକାର ଏବେଠୁ ସେଥିପାଇଁ ଆଲୋଚନା ଆରମ୍ଭ କରିଛନ୍ତି । କାଶ୍ମୀରର ବିକାଶପରି ଭୁଟାନର ପାହାଡିଆ ଅଞ୍ଚଳରେ ବିକାଶ ହେବା ଦରକାର ବୋଲି ଭୁଟାନ ସରକାରଙ୍କ ମତ । ଅଧିକ ପୁଞ୍ଜି ଓ ଦ୍ରୁତ ବିକାଶ ନିମନ୍ତେ ସଶକ୍ତ ନେତୃତ୍ୱ ମଧ୍ୟ ବଡକଥା, ଯାହା ମୋଦି ସରକାର ଦେବାକୁ ସକ୍ଷମ ରହିଛନ୍ତି । ୧୯୪୯ରୁ ଭୁଟାନ ସହ ବନ୍ଧୁତା ବୁଝାମଣା ରହିଛି । ଭୁଟାନର ବୈ÷ଦେଶିକ ସଂପର୍କ ଏବଂ ସୁରକ୍ଷା ଦାୟିତ୍ୱ ଭାରତର ହାତରେ ରହିଆସିଛି । ବଦଳରେ ଭାରତ ସରକାର ପ୍ରତିବର୍ଷ ଭୁଟାନକୁ ସ୍ୱତନ୍ତ୍ର ଅନୁଦାନ ଦେଇ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିଆସିଛନ୍ତି । ସ୍ୱତନ୍ତ୍ର ଅଧିକାରଯୁକ୍ତ ରାଜ୍ୟ ଭାବେ ଭୁଟାନ ଭାରତ ସହ ସାମିଲ ହେଲେ ବିକାଶ ଦ୍ରୁତତର ହେବ ନିଶ୍ଚୟ ।
ଭୁଟାନ ପରି ମ୍ୟାନମାରର କିଛି ଅଞ୍ଚଳକୁ ଭାରତରେ ସାମିଲ କରିବାକୁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ତା’ହେଲା ମ୍ୟାନମାରରେ ଦୀର୍ଘଦିନ ଧରି ଶାସନଗତ ଅସ୍ଥିରତା ଲାଗିରହିଥିବା ହେତୁ ଭାରତର ପୂର୍ବ ଏସିଆ ଯୋଗାଯୋଗ ପ୍ରକଳ୍ପ ଅଧିକ ଆଗକୁ ଯାଇପାରୁନାହିଁ । ମଣିପୁରରୁ ମ୍ୟାନମାର ମଧ୍ୟ ଦେଇ ଭିଏତନାମକୁ ଯିବାକୁ ଥିବା ଆନ୍ତର୍ଜାତିକ ସଡକପଥ ଏବେ ବାଟରେ ଅଟକି ରହିଛି । ସୁରକ୍ଷାର ଅଭାବ ହେତୁ ନିର୍ମାଣକାର୍ଯ୍ୟ ସୁରୁଖୁରୁରେ ହୋଇପାରୁନାହିଁ । ମ୍ୟାନମାରରେ ଭାରତ ସରକାର ନିର୍ମାଣ କରୁଥିବା ବନ୍ଦର ପ୍ରକଳ୍ପ ଏବେ ବିଦ୍ରୋହୀଙ୍କ କ୍ଷମତାର ବଳୟ ଭିତରକୁ ଆସିଯାଇଛି । ପଡୋଶୀ ବଙ୍ଗଳାଦେଶ-ମ୍ୟାନମାର ସୀମାନ୍ତରେ ଆଇଏସ୍ଆଇର ହସ୍ତକ୍ଷେପ ଏବେ ବୃଦ୍ଧିପାଇଛି । ମହମ୍ମଦ ୟୁନୁସଙ୍କର ଭାରତ ବିରୋଧୀ ଏବଂ ହସିନା ବିରୋଧୀ ନୀତି ଯୋଗୁ ପାକିସ୍ଥାନ ଏବେ ବଙ୍ଗଳାଦେଶର ମୁଖ୍ୟ ସହଯୋଗୀ ରାଷ୍ଟ୍ର ହୋଇଛି । ବଙ୍ଗଳାଦେଶ -ମ୍ୟାନମାର ସୀମାନ୍ତରେ ପାକ୍-ବଙ୍ଗଳାଦେଶ ମିଳିତ ଭାବେ ସକ୍ରିୟ ହେଲେ ମ୍ୟାନମାର ବିଦ୍ରୋହୀ ସେମାନଙ୍କୁ ଅଧିକ ଦିନ ପ୍ରତିହତ କରିପାରିବେ ନାହିଁ । ଫଳରେ ସେମାନଙ୍କ ହାତକୁ ମ୍ୟାନମାର ଅଞ୍ଚଳ ·ଲିଗଲେ ଭାରତର ଅର୍ଥ ଓ ସୁରକ୍ଷା ସଂକଟରେ ପଡିବ । ଏଣୁ ଦୁଇ ଦେଶର ସୀମାକୁ ଅଧିକ ସୁରକ୍ଷିତ ରଖିବାକୁ ଭାରତ ନିଜ ସୁରକ୍ଷା ବାହିନୀକୁ ସେଠାରେ ମୁତୟନ କରିବାକୁ ·ହୁଁଛି । ଏହା ସେଠାକାର ସ୍ଥାନୀୟ ଜନସାଧାରଣ ଏବଂ ବିଦ୍ରୋହୀ ନେତାମାନଙ୍କ ସହଯୋଗ କ୍ରମେ ସମ୍ଭବ ହୋଇପାରିବ । ତେଣୁ ନିକଟରେ ମିଜୋରାମର ରାଜ୍ୟସଭା ସାଂସଦ କେ ଭାଲାଲଭେଣାଙ୍କୁ ମ୍ୟାନମାରର ଆରାକାନ ପ୍ରଦେଶକୁ ପଠାଯାଇଥିଲା । ତାଙ୍କ ଗସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଅଗୋଚରରେ ଯେ ହୋଇଥିବ ତା’ନୁହେଁ । ମିଜେରାମ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅବସରପ୍ରାପ୍ତ ସ୍ଥଳସେନା ବାହିନୀର ମୁଖ୍ୟ ଜେନେରାଲ ଭି.କେ. ସିଂହ ନିଯୁକ୍ତି ପାଇଛନ୍ତି । ଏହି ଯୋଜନା ପଛରେ ତାଙ୍କର ସମ୍ମତି ଏବଂ ମାର୍ଗଦର୍ଶନ ନିଶ୍ଚିତ ଭାବେ ରହିଥିବ । ମିଜୋରାମ ସାଂସଦ ଆରାକାନ ଅଞ୍ଚଳରେ ଥିବା ଚୀନ ଜନଜାତିର ପ୍ରତିନିଧିମାନଙ୍କୁ ସାକ୍ଷାତ କରିବା ପରେ ଭାରତକୁ ଆସିବାପାଇଁ ନିମନ୍ତ୍ରଣ ଦେଇଥିଲେ । ସେହି ଆଲୋଚନା ଚୀନ ଲାଣ୍ଡ କାଉନସିଲର ଆହ୍ୱାନରେ ହୋଇଥିଲା, ଯେଉଁଥିରେ ଚୀନ ନେସନାଲ କାଉନସିଲ ବ୍ୟାନରରେ ସଶସ୍ତ୍ର ବିଦୋ୍ରହୀ, ଚୀନ ନେସନାଲ ଆର୍ମି, ଚୀନ ବ୍ରଦରହୁଡ ଏବଂ ଆଇସିଏନ୍ସିସିର ଲୋକେ ଯୋଗ ଦେଇଥିଲେ । ପରେ ପରେ ମ୍ୟାନମାରରୁ ପ୍ରତିନିଧିଦଳ ମିଜୋରାମ ଆସି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହାତ ମିଳାଇବା ସହ ମିଶ୍ରଣ ବୁଝାମଣାପତ୍ରରେ ଦସ୍ତଖତ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ମ୍ୟାନମାରରେ ଅସ୍ଥିରତା ଏବଂ ଯୁଦ୍ଧ ପରିସ୍ଥିତି ଯୋଗୁ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ୪୦ହଜାର ଜନତା ସୁରକ୍ଷା ଦୃଷ୍ଟିରୁ ଭାରତର ମିଜୋରାମ ଏବଂ ମଣିପୁରର ପ୍ରାୟ ୭୦୦ ଅସ୍ଥାୟୀ ଶିବିରରେ ରହିଛନ୍ତି । ମ୍ୟାନମାରକୁ ଫେରିବା ସେମାନଙ୍କ ପାଇଁ ସମ୍ଭବ ହେଉନଥିବାରୁ ଭାରତର ସହଯୋଗ ନେବାକୁ ସେମାନେ ମଧ୍ୟ ·ହୁଁଛନ୍ତି । କେନ୍ଦ୍ରସରକାର ମଣିପୁରକୁ ଶାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କୁ ହଟାଇ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି । ଅଶାନ୍ତି ବେଳେ ଥାନାଗୁଡିକରେ ଲୁଟ ହୋଇଥିବା୬୦୦୦ ବନ୍ଧୁକ ମଧ୍ୟରୁ ମେଇତେଇମାନଙ୍କ ପାଖରେ ଥିବା ଅନେକ ବନ୍ଧୁକକୁ ସରକାର ହାତକୁ ଫେରାଇ ଆଣିଛନ୍ତି । ଯେଉଁ କେତେଶହ ବନ୍ଧୁକ କୁକୀ ବିଦ୍ରୋହୀଙ୍କ ହାତରେ ରହିଛି ସେଗୁଡିକୁ ଫେରାଇ ଆଣିବାଲାଗି ସେନାବାହିନୀ ପ୍ରୟାସ ଚଳାଇଛି । ନିକଟରେ ପୂର୍ବତନ ଗୃହସଚିବ ଅଜୟ ଭଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ମଣିପୁର ସମସ୍ୟା ସଂପର୍କରେ ତାଙ୍କର ଭଲ ଧାରଣା ରହିଥିବା ହେତୁ ସ୍ଥାୟୀ ସମାଧାନ ପାଇଁ ସରକାର ତାଙ୍କୁ ଦାୟିତ୍ୱ ମଧ୍ୟ ଦେଇଛନ୍ତି । ମଣିପୁରର ମୁକୁଳା ସୀମା, ପଡୋଶୀ ରାଷ୍ଟ୍ରରେ ଅସ୍ଥିରତା, ବଙ୍ଗଳାଦେଶରେ ଜିହାଦିଙ୍କ ପ୍ରଭାବ ବୃଦ୍ଧି ଉତ୍ତର ପୂର୍ବର ରାଜ୍ୟଗୁଡିକ ପ୍ରତି ଏବେ ସଙ୍କଟ ହୋଇ ଛିଡା ହୋଇଛି । ତେଣୁ ମଣିପୁରରେ ମ୍ୟାନମାରରୁ ଅନୁପ୍ରବେଶ ବନ୍ଦ କରିବା ଲାଗି ସେଠାରେ ଶାନ୍ତିସ୍ଥାପନା ଆବଶ୍ୟକ । ସେ ଦୃଷ୍ଟିରୁ ସେଠାକାର ବିଦ୍ରୋହୀପକ୍ଷ ନିଜ ଅଞ୍ଚଳକୁ ମିଜୋରାମ ରାଜ୍ୟରେ ସାମିଲ କରି ସୁରକ୍ଷା ଏବଂ ସହଯୋଗ ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ତା’ହେଲେ ବଙ୍ଗଳାଦେଶକୁ ଲାଗିଥିବା ମ୍ୟାନମାରର ସୀମା ଭାରତର ସୁରକ୍ଷା ବାହିନୀ ହାତକୁ ଆସିବ ଏବଂ ମ୍ୟାନମାର ପଟୁ ଉତ୍ତର ପୂର୍ବ ରାଜ୍ୟରେ ଅନୁପ୍ରବେଶ ତଥା ଜିହାଦି ଷଡଯନ୍ତ୍ରକୁ ରୋକାଯାଇ ପାରିବ । ବିଦ୍ରୋହୀଙ୍କ ହାତରେ ଆରାକାନ ଅଞ୍ଚଳ ରହିଥିଲେ ମଧ୍ୟ ଭବିଷ୍ୟତରେ ବଙ୍ଗଳାଦେଶ ପଟୁ ସେନା ଆକ୍ରମଣର ସମ୍ଭାବନା ରହିଛି । ଏହା ଛଡା ମୂଳ ମ୍ୟାନମାରଠୁ ଅଲଗା ରହିଥିବା ଏହି ବିଦ୍ରୋହୀ ଅଞ୍ଚଳ ଅର୍ଥ ଓ ଯୋଗାଣ ପାଇଁ ବିକଳ୍ପ ·ହୁଁଛି, ଯେଉଁଠୁ ବସ୍ତୁ ସହ ଅନୁଦାନ ମଧ୍ୟ ମିଳିପାରିବ । ଭାରତ ସେମାନଙ୍କ ପାଇଁ ବିଶ୍ୱାସଯୋଗ୍ୟ ବିକଳ୍ପ ହୋଇଛି । ବୃହତ ମିଜୋରାମରେ ମ୍ୟାନମାର ଏବଂ ବଙ୍ଗଳାଦେଶର କିଛି ଅଞ୍ଚଳ ସାମିଲ ହେବାକୁ ଯାଉଛି । ଆଗାମୀ ଦିନରେ ଏହା ସମ୍ଭବ ହେଲେ ଭାରତର ମାନଚିତ୍ର ବଦଳିବ ଏଥିରେ ସନେ୍ଦହ ନାହିଁ । ଭାରତ ପଡୋଶୀ ରାଷ୍ଟ୍ରର ଅସ୍ଥିରତାକୁ ସ୍ଥିରତାରେ ପରିଣତ କରି ଅଖଣ୍ଡ ଭାରତ ସ୍ୱପ୍ନକୁ ସଫଳ କରିବା ଦିଗରେ ଆଗକୁ ଯିବା ହେଉଛି ସମୟର ଆହ୍ୱାନ ।
ଭାରତୀୟ ସମ୍ବାଦ ସେବା (ଭାସ୍)