କେନ୍ଦ୍ରୀୟ ଟିମର ରାୟଗଡ଼ା ଜିଲ୍ଲା ଗସ୍ତ
ରାୟଗଡ଼ : କେନ୍ଦ୍ରୀୟ ଜଳଶକ୍ତି ବିଭାଗର ଯୁଗ୍ମ କମିଶନର ତଥା ନୋଡାଲ ଅଧିକାରୀ ସମୀର କୁମାର ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଦୁଇଦିନିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଞ୍ଚÿଳ ଗସ୍ତ କରି ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ତତ୍ୱାବଧାନରେ ଜିଲ୍ଲାର କାଳନରକ୍ଷ, ରାମନାଗୁଡ଼ା, ପଦ୍ମପୁର ଓ ଗୁଣୁପୁର ଓ ରାୟଗଡ ବ୍ଲକ ଗସ୍ତ କରିଥିଲେ । ଏହି ପରିଦର୍ଶନ ସମୟରେ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ,କ୍ଷୁଦ୍ର ଜଳସେଚନ ବିଭାଗ, ଜଳଛାୟା ମିଶନ, ଉଦ୍ୟାନ ବିଭାଗ, ଗ୍ରମୀୟ ଯୋଗାଣ ସଂସ୍ଥା ଓ ବନ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଯଥା କ୍ଷେତ ପୋଖରୀ, ଚେକେଡେମ, ଗୋଲାପ ବଗିଚା,ପୁନ୍ନରୁଦ୍ଧାର ହୋଇଥିବା ପୋଖରୀ,ଅମୃତ ସରବୋର, କ୍ଷୁଦ୍ର ଜଳ ସେଚନ ବିଭାଗର ପୋଖରୀ, ଗ୍ରାମୀୟ ଜଳାଯୋଗାଣ ବିଭାଗର ଜଳବିଶୋଧନ ପ୍ରକଳ୍ପ, ନଳ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଆଦି ବୁଲିଦେଖିଥିଲେ । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ଯୁଗ୍ମ କମିଶନର ଶ୍ରୀ ପାଣ୍ଡେ, ସଦସ୍ୟ ବିଭୂତି ଭୂଷଣ ସାହୁ, ସିଡିଓ ତଥା ଇଓ ଜିଲ୍ଲାପରିଷଦ ଶ୍ରୀ ଖେମୁଣ୍ଡୁ, ବନ ଖଣ୍ଡ ଅଧିକାରୀ ଶ୍ରୀ ସଚିନ ଅନ୍ହା ସାହେବ ଓହଲେ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉଦ୍ୟାନ ବିଭାଗର ଉଦ୍ୟାନବିତ, ଜଲଛାୟା ମିଶନର ପ୍ରକଳ୍ପ ର୍ନିେଶକ,ଗ୍ରାମୀୟ ଜଳ ଲଯୋଗାଣ ସଂସ୍ଥାର ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ ।