ଏକତାରେ ଜୀବନ

ଏକତାରେ ଜୀବନ

ରଞ୍ଜିତ୍‌ ଜେନା : ସଂସ୍କୃତି, ନାରୀ ଏବଂ ପ୍ରତିଷ୍ଠାନ ଗୁଡିକ ବାସ୍ତବରେ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଛନ୍ତି । ଭାରତ ଭିତରେ ଥିବା ଅନେକ ଭାରତ ରହିଛି । ଭାରତର ପ୍ରତ୍ୟେକ ଗଳିରେ ଭାଷା, ଧର୍ମ, ଖାଦ୍ୟ, ସଙ୍ଗୀତ ଓ ରଙ୍ଗକୁ ନେଇ ଭିନ୍ନ ଭିନ୍ନ କାହାଣୀ ରହିଛି । କିନ୍ତୁ, ଏହି ସବୁ କାହାଣୀ ଏକ ସାଧାରଣ ରାଷ୍ଟ୍ରୀୟ ପରିଚୟରେ ଗୁଞ୍ଜିତ ହୋଇ ଏକ ସାଧାରଣ ସ୍ୱରରେ ମିଶିଯାଉଛି । ରାଷ୍ଟ୍ରୀୟ ଏକତା ଦିବସରେ, ଲୌହ ମାନବ ସର୍ଦ୍ଦାର  ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏହି ପ୍ରଶ୍ନ ଉଠେ କିଏ ଏହି ବିଶାଳ ସାଂସ୍କୃତିକ ମୋଜାଇକ୍‌କୁ ଭାଙ୍ଗିଯିବାରୁ ରକ୍ଷା କରେ ? ପଟେଲଙ୍କ ଏକତାର ଦୃଷ୍ଟିକୋଣ କେବଳ ଭୌଗୋଳିକ ନଥିଲା, ଏହା ଗଭୀର ଭାବରେ ସାମାଜିକ ମଧ୍ୟ ଥିଲା । ସେ ବିଶ୍ୱାସ କରୁଥିଲେ “ଭାରତର ଶକ୍ତି ତାହାର ବିଭିନ୍ନତାରେ ଅଛି”, ଯାହା ଏବେ ମଧ୍ୟ ପ୍ରତିବିମ୍ବିତ ହୁଏ । ପଟେଲଙ୍କ ପାଇଁ ଏକତାର ଅର୍ଥ ଥିଲା ସମନ୍ୱୟ, ସମାନତା ନୁହେଁ ।

     ଭାରତୀୟ ସଂସ୍କୃତି ଏକ କୃତ୍ରିମ ସଜାବଟ ନୁହେଁ, ଏହା ଏକ ବନ୍ଧନ!ଭାରତର ପର୍ବପର୍ବାଣି ହେଉଛି ସାମୂହିକ ଏକତାର ସବୁଠୁ ଜୀବନ୍ତ ରୂପ । ଦୀପାବଳିରେ ଉତ୍ତର ପ୍ରଦେଶର ମୁସଲମାନ ଶିଳ୍ପୀମାନେ ଦୀପ ବନାନ୍ତି, ଇଦ୍‌ରେ ହାଇଦ୍ରାବାଦର ହିନ୍ଦୁ ମିଠାଇକାରମାନେ ଶୀର ଖୁର୍ମା ପ୍ରସ୍ତୁତ କରନ୍ତି, କେରଳର ଓନାମ୍‌ ପର୍ବ ସମସ୍ତ ଧର୍ମ ଓ ଜାତିକୁ ଏକ ସାଥିରେ ଆଣିଥାଏ । ପ୍ରତ୍ୟେକ ଉତ୍ସବ ଧର୍ମ ଓ ଭୂଗୋଳର ସୀମାକୁ ମିଟାଇ ଦିଏ । କଳା, ସିନେମା ଓ ସଙ୍ଗୀତ ମଧ୍ୟ ସଦା ସେହି ସମନ୍ୱୟକାରୀ ଭୂମିକାକୁ  ଜୀବନ୍ତ ରଖୁଛି । ପଞ୍ଜାବୀ ବିଟ୍‌ରୁ କର୍ଣ୍ଣାଟକୀ ରାଗ ପର୍ଯ୍ୟନ୍ତ, ଭାରତର ସଙ୍ଗୀତମୟ ଭୂମିଭାଗ ଆମକୁ ସ୍ମରଣ କରାଏ ଆମ ସ୍ୱର ଭିନ୍ନ ହୋଇପାରେ, କିନ୍ତୁ ସଙ୍ଗୀତର ଧୁନ୍‌ ଏକ । ତୃଣମୂଳ ସ୍ଥରରେ ଭାରତର ଏକତାକୁ ଧରିରଖିବାର ଅଦୃଶ୍ୟ ସ୍ଥପତିମାନଙ୍କ ମଧ୍ୟରେ ନାରୀ ଏବଂ ସମୁଦାୟମାନଙ୍କ ଭୂମିକା ଅନ୍ୟତମ, ଯାହା ଶୀର୍ଷପଟର ଖବର ଓ ପ୍ରଦର୍ଶନୀରୁ ଊର୍ଦ୍ଧ୍ୱରେ । ସେମାନେ ସ୍ୱୟଂସହାୟତା ଗୋଷ୍ଠୀ ଗଠନ କରନ୍ତି, ପଞ୍ଚାୟତ ନେତୃତ୍ୱ ନିଅନ୍ତି, ଲୋକ ସଂସ୍କୃତିକୁ ରକ୍ଷା କରନ୍ତି ଏବଂ ସ୍ଥାନୀୟ ବିବାଦକୁ ସମାଧାନ କରିବାରେ ମଧ୍ୟସ୍ଥତା ମଧ୍ୟ କରୁଛନ୍ତି ।ଏହି ଭାବେ ସେମାନେ ଏକ ସାମାଜିକ ସମନ୍ୱୟ ସୃଷ୍ଟି କରୁଛନ୍ତି ଯାହା ଅନେକ ସମୟରେ ରାଷ୍ଟ୍ରୀୟ ମଞ୍ଚରେ ଦେଖାଯାଏ ନାହିଁ ।

   ରାଜସ୍ଥାନର ସମାଜସେବୀ ରୁମା ଦେବୀ କହନ୍ତି "ନାରୀମାନେ ଆମ ସାମାଜିକ ଜୀବନର ନୈତିକ ଆଧାର । ସେମାନେ ପରିବାରକୁ ଏବଂ ସେହିପରି ସମାଜକୁ ଭାଙ୍ଗିଯିବାରୁ ରକ୍ଷା କରନ୍ତି ।’ ସେମାନଙ୍କ କାର୍ଯ୍ୟ ହେଉଛି ଏକତାର ଜୀବନ୍ତ ଭତ୍ତି ରାଜନୈତିକ ଏକତାର ସାମାଜିକ ସମାନତା, ଯାହା ପଟେଲ ପଟେଲ ପ୍ରତିଷ୍ଠିତ କରିପାରିଥିଲେ । ସାଂସ୍କୃତିକ ଏକତା ବିଭିନ୍ନତାରେ ତୀବ୍ର ହୁଏ, କିନ୍ତୁ ଏହା ପାଇଁ ଏକ ସ୍ଥିର ପରିବେଶ ଆବଶ୍ୟକ । ଏଠି ଭାରତର ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ଉଇଚୠ) ମୁଖ୍ୟ ଭୂମିକା ନେଇଛନ୍ତି । ସୀମାରେ ଦେଶକୁ ରକ୍ଷା କରୁଥିବା ଈଝୠ କିମ୍ବା ଅନ୍ତର୍ନିୟମ ରକ୍ଷା କରୁଥିବା ଉଜଚୠ  ସେମାନେ ଶାନ୍ତିର ନିରବ ପାଳକ । ଏକତା ଦିବସ ପାରେଡ୍‌ରେ ଉଇଚୠ ଦଳମାନଙ୍କ ଭାଗଗ୍ରହଣ କେବଳ ଔପଚାରିକ ନୁହେଁ ଏହା ହେଉଛି ଏହି ଶାନ୍ତିପାଳକମାନଙ୍କ ପ୍ରତି ଜାତୀୟ ସମ୍ମାନ, ଯେଉଁମାନେ ଭାରତର ଏକତାକୁ ବିଘ୍ନିତ ହେବାରୁ ବଞ୍ଚାଉଛନ୍ତି । ଶେଷରେ, ଏକତା ହେଉଛି କେବଳ ଏକ ଆଦର୍ଶ ଧାରଣା ନୁହେଁ । ଏହା ହେଉଛି ସେହି ଶକ୍ତି ଯାହା ନାଗରିକମାନଙ୍କୁ ମର୍ଯ୍ୟାଦା ସହିତ ଏବଂ ଭିନ୍ନତାରେ ଜୀବନ ବିତାଇବାର ଅଧିକାର ଦିଏ । ଆମ ଦେଶରେ ମତଭେଦ ସହିତ ମଧ୍ୟ ଏକତାରେ ଥିବାର ସାମର୍ଥ୍ୟ ରହିଛି । ଭାରତ ଯେତେବେଳେ ଆର୍ଥିକ ଓ ରାଜନୈତିକ ଭାବରେ ବିକାଶିତ ହେଉଛି, ସେତେବେଳେ ସାମାଜିକ ସଂଯୋଗ ତାହାର ସବୁଠୁ ମୂଲ୍ୟବାନ ସମ୍ପଦ ହେବ । ପଟେଲଙ୍କ ସନ୍ଦେଶ ଓ ଏକତା ଦିବସର ଆତ୍ମା ଆମକୁ ସ୍ମରଣ କରାଏ । ଭାରତକୁ ଏକତାରେ ରଖିବାର କାମ ୧୯୪୯ରେ ସମାପ୍ତ ହୋଇନଥିଲା । ଏହା ଚାଲିଛି ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସମୁଦାୟରେ, ପ୍ରତ୍ୟେକ ସାଧାରଣ ଭୋଜନରେ ।
 

ଭୁବନେଶ୍ୱର