ବନମହୋତ୍ସବ ପାଳନ

 ରାଜନଗର : ରାଜନଗର ବ୍ଲକ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବନମହୋତ୍ସବ ଓ ଚାରାରୋପଣ କାର୍ଯ୍ୟକ୍ରମ ୟୁଥ ରେଡକ୍ରସ ଦ୍ୱାରା କରାଯାଇଥିଲା । ୟୁଥ ରେଡକ୍ରସର ସଂଯୋଜିକା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ରାଜଶ୍ରୀ ସାମନ୍ତ, ପ୍ରାଣୀବିଜ୍ଞାନ ମୁଖ୍ୟ ଅଧ୍ୟପିକା ଅନୁସୟା ବେହେରା, ଅଧ୍ୟାପକ ପ୍ରତାପ ସ୍ୱାଇଁ, ଆଲୋକ ବେହେରା, ପୁଷ୍ପକରଂଜନ ରାଉତଙ୍କ ସହ କର୍ମଚାରୀ ପ୍ରଦୀପକୁମାର ମିଶ୍ର, ରାଧାକାନ୍ତ ରାଉତ, କିରଣ ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । 
ତିର୍ତ୍ତୋଲ: ତିର୍ତ୍ତୋଲ କୋର୍ଟ ପରିସରରେ ବନସପ୍ତାହ ପାଳିତ ହୋଇଯାଇଛି । ବିଚାରପତି ପାରସ ପାଢ଼ୀ ଓ ଓକିଲ ସଂଘ ଦ୍ୱାରା ବିଭିନ୍ନ ଚାରା କୋର୍ଟ ପରିସରରେ କରାଯାଇଥିଲା । ବନବିଭାଗ କର୍ମଚାରୀ, କୋର୍ଟ କର୍ମଚାରୀ, କୋର୍ଟ ପୁଲିସ ମିଳିତ ଭାବେ ଏହି ବୃକ୍ଷରୋପଣ କରିଥିବାବେଳେ ଚାରା ଗୁଡିକ ବଂଚିବା ଓ ବଢିବା ପାଇଁ ଆବସକୀୟ ପଦକ୍ଷେପ ନିଆଯିବାକୁ ବିଚାରପତି କହିଥିଲେ ।