ବିପର୍ଯ୍ୟସ୍ତ ସିନ୍ଦୁରାଇମୁହଁ-ଡୋବାବିଲ ବନ୍ଧ ରାସ୍ତା
ାା ପ୍ରଭାନୁ୍ୟଜ୍ ।ା ଦଶରଥପୁର,: କୋଟି କୋଟି ଟଙ୍କା ବ୍ୟୟରେ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ । ହେଲେ ଏହି ନିର୍ମାଣଧୀନ ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ଗାଡ଼ି ମୋଟର ତ ଦୂରର କଥା, ପାଦରେ ଚାଲିକି ବି ଏହି ରାସ୍ତାରେ ଯିବାଆସିବା ସମ୍ଭବ ହେଉନି । ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହୁଛି । କାଦୁଆ ପଚପଚ ଏହି ରାସ୍ତାରେ ଏବେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏପରି ଅବସ୍ଥା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍ସ୍ଥ ନୂଆ ନିର୍ମାଣଧୀନ ସିନ୍ଦୁରାଇମୁହ-ଡୋବାବିଲ ପୂର୍ତ୍ତ ବିଭାଗ ରାସ୍ତାରେ । ଗତ ପ୍ରାୟ ୩ ବର୍ଷ ତଳେ ଏହି ରାସ୍ତାକୁ ନିର୍ମାଣ କରିବାକୁ ପାଣିକୋଇଲି ପୂର୍ତ୍ତ ବିଭାଗ ଡିଭିଜନ ପକ୍ଷରୁ ପ୍ରାୟ ୮୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ପାଣିକୋଇଲିର ଏକ ଠିକା ସଂସ୍ଥା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବାବେଳେ ୩ ବର୍ଷ ମଧ୍ୟରେ କେବଳ ମାଟି ସାଇଡ୍ରେ ପକାଇ କିଛି ଅଂଶ ଡଷ୍ଟ ମେଟାଲିଂ କରିଛି । କିନ୍ତୁ ସିନ୍ଦୁରାଇମୁହଁଠାରୁ ପାଟପୁର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଛି । ସାମାନ୍ୟ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମିରହୁଥିବାବେଳେ ଚାଲିକି ଯିବା ବି ସମ୍ଭବ ହେଉନି । ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବାବେଳେ ଏଷ୍ଟିମେଟ୍ ଅନୁଯାୟୀ କାର୍ଯ୍ୟ ହେଉନାହିଁ । ସାଇଟ୍କୁ ବଢ଼ୁଥିବା ରାସ୍ତାକୁ ବାଲିମାଟି ପକାଯାଇ ବଢ଼ାଯାଉଥିବାରୁ ବର୍ଷାରେ ଉକ୍ତ ମାଟିସବୁ ପ୍ରାୟ ଧୋଇହୋଇ ଗଲାଣି । ରାସ୍ତାକୁ ଚଉଡ଼ା କରିବାକୁ ରାସ୍ତାର ଏଷ୍ଟିମେଟ୍ ଅନୁଯାୟୀ ଠିକାଦାର ଏହାକୁ ନଖୋଳି ସାମାନ୍ୟ ଅଳ୍ପ ଖୋଳି ଏହି ବାଲିମାଟି ପକାଇଥିବାରୁ ଏହା ଧୋଇହୋଇ ଯାଉଛି । ଏଥିସହ ମାଟିକୁ ପକାଇବା ପରେ ମେସିନ୍ ଦ୍ୱାରା ଠିକ୍ ଢଙ୍ଗରେ ରୋଲରିଂ ମଧ୍ୟ କରାଯାଇନାହିଁ । ଏଣୁ ଭବିଷ୍ୟତରେ ଏହି ରାସ୍ତା ନିର୍ମାଣ ପରେ ଦବିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଠିକାଦାର ଅତି ମନ୍ଥର ଗତିରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବାବେଳେ ଏବେ ସମ୍ପୂର୍ଣ୍ଣଭାବେ ନିର୍ମାଣ କାର୍ଯ୍ୟକୁ ଠପ୍ କରିଦେଇଛି । ପ୍ରଶ୍ନଉଠେ କୋଟି କୋଟି ଟଙ୍କା ଅନୁଦାନରେ ନିର୍ମାଣ କରାଯାଉଥିବା ରାସ୍ତାକୁ ସଠିକ୍ଭାବେ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀମାନେ ଆଦୌ ଯନôବାନ ହେଉନାହାନ୍ତି କାହିଁକି? ରାସ୍ତା ନିର୍ମାଣ ସମୟରେ ଯନ୍ତ୍ରୀ କିମ୍ବା ଏସ୍ଡିଓ କେହିବି ଉପସ୍ଥିତ ରହୁନଥିବାରୁ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଛି । ତୁରନ୍ତ ଏହି ନିର୍ମାଣଧୀନ ବନ୍ଧ ରାସ୍ତାକୁ ଠିକ୍ଭାବରେ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଦାବୀ କରାଯାଇଛି ।