ବନ୍ୟାରେ ଭାସି ଯାଉଥିଲା ହାତୀଛୁଆ: ଉଦ୍ଧାର କଲେ ଗଜରାଜ ଗ୍ୟାଙ୍ଗ
ାା ଏଜେନ୍ସି ।ା ଡେରାଡୁନ: ଡିଜିଟାଲ ଓ ଏଆଇ ଯୁଗରେ ମଣିଷ ଆଜି ନିଜର ସ୍ୱାର୍ଥ ପାଇଁ ସବୁକିଛି ଭୁଲି ଯାଉଛି । ମଣିଷ ଆଉ ଜଣେ ମଣିଷର କ୍ଷତି କରିବାକୁ ପଛାଉ ନାହିଁ । ମାନବିକତା ଭୁଲି ଯାଉଛି ଆଜିର ମଣିଷ । ଠିକ ଏତିକି ବେଳେ ପଶୁ ସମାଜ ମଧ୍ୟରେ କିପରି ପ୍ରେମ, ସ୍ନେହ ଓ ଏକତା ବଜାୟ ରହିଛି ତାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏପରି ଏକ ଘଟଣା ଘଟିଛି ବନ୍ୟା ପ୍ରଭାବିତ ଉତ୍ତରାଖଣ୍ଡରେ । ବନ୍ୟା ସୁଅରେ ଭାସି ଯାଉଥିବା ଏକ ହାତୀଛୁଆକୁ ଉଦ୍ଧାର କରିବା ପାଇଁ ହାତୀମାନଙ୍କ ଏକତା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କ ମଧ୍ୟରେ ଥିବା ଗଭୀର ବନ୍ଧନ ଓ ପ୍ରାଚୀନ ସାମାଜିକ ଗଠନକୁ ସ୍ପଷ୍ଟ କରିଥିଲା । ସାମୁଦାୟିକ ଏକତାର ଏକ ଅସାଧାରଣ ପ୍ରଦର୍ଶନରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତରାଖଣ୍ଡର ପାଉରି ଜିଲ୍ଲାରେ ହାତୀମାନଙ୍କ ଏକ ଦଳ ଖୋହ ନଦୀର ପ୍ରଚଣ୍ଡ ସ୍ରୋରେ ଭାସି ଯାଉଥିବା ଏକ ଛୁଆ ହାତୀକୁ ଉଦ୍ଧାର ପାଇଁ ନାଟକୀୟ ଓ ସମନ୍ୱିତ ଭାବ ପ୍ରଦର୍ଶନ କରିଥିଲେ । ଯାହା ବର୍ତ୍ତମାନର ମାନବ ସମାଜକୁ ଏକ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲା ।
ଲାନ୍ସଡାଉନ୍ ଫରେଷ୍ଟ ଡିଭିଜନର ଦୁଗଡ୍ଡା ରେଞ୍ଜରେ ଏହି ଘଟଣା ଘଟିଛି । ସନ୍ଧ୍ୟା ହେବା ମାତ୍ରେ ହାତୀମାନଙ୍କର ଏକ ଦଳ ପଞ୍ଚମ ମାଇଲ ନିକଟବର୍ତ୍ତୀ ଖୋହ ନଦୀରେ ପାଣି ପିଇବାକୁ ପ୍ରବେଶ କରିଥିଲା । ପ୍ରବଳ ସୁଅ ମଧ୍ୟରେ ଏକ ଛୋଟ ହାତୀର ଗୋଡ ଖସିଯିବାରୁ ଭାସି ଯାଇଥିଲା । ନିଜ ଜୀବନ ବିପଦରେ ପଡ଼ିଥିବା ଅନୁଭବ କରି ଭୟଭୀତ ଛୁଆ ହାତୀଟି ଭୟଙ୍କର ଗର୍ଜନ କରିଥିଲା । ସେଠାରେ ଉପସ୍ଥିତ ଥିବା ସାତରୁ ଆଠଟି ହାତୀ ଜୋରରେ ଗର୍ଜନ କରି ସେମାନଙ୍କ ସାଥୀମାନଙ୍କୁ ଜରୁରୀକାଳୀନ ସୂଚନା ଦେଇଥିଲେ । ତୁରନ୍ତ ସେଠାରେ ୨୫ରୁ ୩୦ ହାତୀ ପହଞ୍ଚô ଯାଇଥିଲେ । ଏହାପରେ ସେମାନେ ନିଜ ଜୀବନକୁ ପାଣି ଛଡାଇ ନଦୀକୁ ମଧ୍ୟକୁ ପ୍ରବେଶ କରି ଛୁଆ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଏହି ଦୃଶ୍ୟ ଯେତିକି ଆନନ୍ଦ ଦେଇଥିଲା, ସେତିକି ବି ଅବିଶ୍ୱନୀୟ ଥିଲା । ଜଣେ ସ୍ଥାନୀୟ ବାସିନ୍ଦା ତାଙ୍କ ମୋବାଇଲ ଫୋନରେ ଉଦ୍ଧାର କାର୍ଯ୍ୟର କିଛି ଅଂଶ ଭିଡିଓ କରିଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି ।.