ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରାଣସୀକୁ ତୀର୍ଥଯାତ୍ରା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳାର ୧୪୮ ଜଣ ବରିଷ୍ଠ ନାଗରିକଙ୍କୁ ଅଯୋଧ୍ୟା ଓ ବାରାଣସୀ ତୀର୍ଥଯାତ୍ରା କରିଛନ୍ତି । ସ୍ଥାନୀୟ ମିଶନ ଶକ୍ତି ପରିସରରେ ଅପରାହ୍ନ ୫ଟାରେÿ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ତୀର୍ଥଯାତ୍ରୀଙ୍କ ଚଳିତ ବର୍ଷ ର ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଅଟେ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରାନ୍ଧାରି ଯୋଗ ଦେଇ ତୀର୍ଥଯାତ୍ରୀଙ୍କ ଶୁଭମନାସି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଯାତ୍ରା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା । ୪ ଟି ବସ ଯୋଗେ ତୀର୍ଥଯାତ୍ରୀ ମାନେ ଆଜି ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା କାଲି ରାୟଗଡ଼ା ଷ୍ଟେସନରୁ ସକାଳ ୧୦ଟା ସମୟରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ । ଏହି ତୀର୍ଥଯାତ୍ରୀ ମାନେ ଆସନ୍ତା ୧୩ ତାରିଖ ଦିନ ପ୍ରତ୍ୟାଗମନ କରିବେ ।ତୀର୍ଥଯାତ୍ରୀ ମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇଁ ୫ ଜଣ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।