ବ୍ଲକସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ  

ନବରଙ୍ଗପୁର:  କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ନିରାକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଅଦ୍ୱିକା ଯୋଜନା ଅଧୀନରେ ନନ୍ଦାହାଣ୍ଡି ବ୍ଲକର ସମ୍ମନିତ୍ୱ ଶିଶୁବିକାଶ ବିଭାଗ କାର୍ଯ୍ୟଳୟ ପକ୍ଷରୁ ବ୍ଲକସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଡଃ ମହାପାତ୍ର ନିଜର ବକ୍ତବ୍ୟରେ ସମସ୍ତ କିଶୋରୀମାନେ ପ୍ରତିଭା ସମ୍ପନ୍ନ ଓ ପ୍ରତିକୂଳ ପରିବେଶ ମଧ୍ୟରେ ଦେଶରେ କିଶୋରୀମାନେ ନିଜର ପ୍ରତିଭା ପାଇଁ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଯାହା ଆଇନଗତ, ସ୍ୱାସ୍ଥ୍ୟଗତ ଓ ସାମାଜିକସ୍ତରରେ ଗ୍ରହଣୀୟ ନୁହେଁ, ତାହାକୁ ନ କରିବା ପାଇଁ ଉପସ୍ଥିତ କିଶୋରୀମାନଙ୍କୁ ପ୍ରରାମର୍ଶ ଦେଇଥିଲେ । ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକୀର ଚରଣ ରାଉତଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ନିଜର ବକ୍ତବ୍ୟରେ  କିଶୋରୀ ସଶକ୍ତି କରଣ ଓ ବାଲ୍ୟବିବାହ ନିରାକରଣ ଉପରେ ଅଦ୍ୱିକା ବୈଠକର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧ରୁ ୧୯ ବର୍ଷ ବୟସର  ୩୦୦ କିଶୋର କିଶୋରୀ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା, ଏକକଅଭିନୟ, ସଙ୍ଗୀତ ଓ ନୃତ୍ୟ  ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବରେ  ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍ତମା ହରିଜନ,  ସୁପରଭାଇଜର ମନିକା ସରକାର, ଶାନ୍ତିଲତା ଭୂମିଆଁ, ସଂଗୀତା ଦାସ, ନିକିସା ନାୟକ, ମମତା ସଂଯୋଜିକା ସୁପ୍ରଭା ତ୍ରିପାଠୀ, ପ୍ରଭଞ୍ଜନ ତ୍ରିପାଠୀ, ପୋଷଣ ସଂଯୋଜକ ଚରଣସିଂ ବିଶି, ୱାନ୍ଷ୍ଟପ କିଶୋରୀ ପଟ୍ଟନାୟକ, ଶୋଭା ଅନୁଷ୍ଠାନର ଭୂମୀ ସତନାମୀ  ପ୍ରମୁଖ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, ପିରାମଲ ଫାଉଣ୍ଡେସନ ସଂଯୋଜକ ବିକ୍ରମ ରଣା, ମିସନ ଶକ୍ତି ହବରୁ ସରିତା ପାଣି, ପ୍ରୀତି ବାଗ, ରବିନ୍ଦ୍ର ମିଶ୍ର, ହୀମାନ ଗୌଡ, ପ୍ରଶାନ୍ତ ନାଗ, ସୁମିତ ରାଜମିଶନ ଗ୍ରାହମ, ସୁସୁମିତା ପାତ୍ର ପ୍ରମୁଖ ଉପସ୍ଥିତ ରହି କିଶୋର କିଶୋରୀମାନଙ୍କୁ ଉତ୍ସାହିତ କରିଥିଲେ ।